BREAKING
Loading...
:

ଜନ୍ମଗତ ଶିଶୁ ହୃଦରୋଗୀ ଙ୍କୁ ସଫଳ ଚିକିତ୍ସା ପାଇଁ ମିଶନ ହସ୍ପିଟାଲ ପଠାଇଲା ସୁବର୍ଣ୍ଣପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ

 ଜନ୍ମଗତ ଶିଶୁ ହୃଦରୋଗୀ ଙ୍କୁ ସଫଳ ଚିକିତ୍ସା ପାଇଁ ମିଶନ ହସ୍ପିଟାଲ ପଠାଇଲା ସୁବର୍ଣ୍ଣପୁର ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ 




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନସ୍ୱାସ୍ଥ୍ୟ ଅଧିକାରୀ  ଡା. ବିଶ୍ୱ ରଞ୍ଜନ ପତି, ଅତିରିକ୍ତ  ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ମଞ୍ଜୁରଣୀ ସିଂ, ଡି ପି ଏମ ଶ୍ରୀ ବିଶ୍ୱମ୍ବର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱlବଧାନ ରେ ଗତ କାଲି  17 ତାରିଖ ରେ  ସମ୍ବଲପୁର ରେଳ ଷ୍ଟେସନ ରୁ ପାଞ୍ଚ ଜଣ  ଜନ୍ମଗତ ହୃଦ ରୋଗୀ ଶିଶୁ ଙ୍କୁ ଅପରେସନ ଓ ସଫଳ ଚିକିତ୍ସା  ପାଇଁ ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଶନ ହସ୍ପିଟାଲ ଦୁର୍ଗାପୁର ପଠାଗଲା l ଆର ବି ଏସ କେ କୋଅର୍ଡିନେଟର ଶ୍ରୀ ବିଧୁଭୂଷଣ ପତି  ଏଥିରେ ସହଯୋଗ କରିଥିଲେ ଏହି ପାଞ୍ଚ ଜଣ  ଶିଶୁଙ୍କ ମଧ୍ୟରୁ  ଦୁଇ ଜଣ  ତରଭା, ଅନ୍ୟ ଦୁଇ ଜଣ  ବୀରମହାରାଜପୁର ଓ ଜଣେ  ଉଲୁଣ୍ଡା ବ୍ଲକ ର ଶିଶୁ ହୃଦରୋଗୀ ଙ୍କୁ ମିଶନ ହସ୍ପିଟାଲ ନିଆଯାଇଛି l ପୂର୍ବରୁ 2021 ମସିହା ଜୁଲାଇ ମାସରେ ରେ ମଧ୍ୟ  ଜ଼ିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ଛଅ ଜଣ ଶିଶୁ ଙ୍କୁ  ହୃଦ ରୋଗ  ଚିକିତ୍ସା ପାଇଁ ମିଶନ ହସ୍ପିଟାଲ କୁ ପଠା ଯାଇଥିବା ବିଷୟ ଜ଼ିଲ୍ଲା ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଙ୍କ ପକ୍ଷରୁ ସୂଚନା ମିଳିଛି l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS