BREAKING
Loading...
:

ଡ଼ିମିରିଝରି ପ୍ରିମିୟର ଲିଗ ଫାଇନାଲ ମ୍ୟାଚ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

 ଡ଼ିମିରିଝରି ପ୍ରିମିୟର ଲିଗ  ଫାଇନାଲ  ମ୍ୟାଚ ରେ ଦଶପଲ୍ଲା ବିଧାୟକ ଙ୍କ ଯୋଗଦାନ

 


ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଡିମିରିଝରି କ୍ଳବ୍ ଆନୁକୁଲ୍ୟରେ  ଡ଼ିମିରିଝରି କ୍ରିକେଟ ଲିଗ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ୫ ଟି   ଦଳ ମଧ୍ୟରୁ ଫାଇନାଲ ମ୍ୟାଚ  ମା ରାମଚଣ୍ଡୀ ୱାରୀୟସ ଓ କସ୍ତୁରୀ ଇଲେକ୍ଟ୍ରିକାଲସ ମଧ୍ୟରେ ମ୍ୟାଚ ହୋଇଥିଲା ।ସେଥି ମଧ୍ୟରୁ କସ୍ତୁରୀ ଇଲେକ୍ଟ୍ରିକାଲ ୧୪.୩ଓଭର ରେ  ୧୧୫ ରନ କରି ନିଜର ସମସ୍ତ ଉଇକେଟ ହରାଇଥିଲା।   ରାମଚଣ୍ଡୀ ୱାରୀୟସ ୧୫ ଓଭର ଖେଳି ନିଜର ୬ ଗୋଟି ଉଇକେଟ ହରାଇ ୭୮ ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ,ସରପଞ୍ଚ ଙ୍କ ପ୍ରତିନିଧି ବନମାଳୀ ନାୟକ,ଦିଲ୍ଲୀପ କୁମାର ଦଳ ବେହେରା,ସଞ୍ଜୟ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଦୀପକ କୁମାର ନାୟକ, ପରମେଶ୍ୱର ସାହୁ,ରାଜେନ୍ଦ୍ର କୁମାର ନାୟକ, ବିଶ୍ୱ ରଞ୍ଜନ ପରିଡା ସୁଚାରୁ ରୂପେ ମ୍ୟାଚ କୁ ପରିଚାଳନା କରିଥିଲେ। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS