ଡିମିରି ପଲ୍ଲୀ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କଲେ ଦଶପଲ୍ଲା ବିଧାୟକ
ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ ଡିମିରି ପଲ୍ଲୀ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ବିଦ୍ୟାଳୟର ସୈଖିକ ବାତାବରଣ,ଛାତ୍ର ଛାତ୍ରୀ ଙ୍କ ସୁବିଧା ଅସୁବିଧା ଶିକ୍ଷକ ,ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ମାନଙ୍କୁ ପଚାରି ବୁଝିଥିଲେ । ବିଦ୍ୟାଳୟ ପରିଦର୍ଶନ ସମୟରେ ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ମାନେ କିଭଳି ସୁରକ୍ଷିତ ଭାବେ ରହିପାରିବେ ସେ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରିବାକୁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق