BREAKING
Loading...
:

ପୃଥ୍ୱୀରାଜ ମିଶ୍ର ମୃତ୍ୟୁ ଘଟଣା ନେବାକୁ ବସିଲାଣି ଭିନ୍ନ ମୋଡ଼,ଅଡ଼ୁଆରେ ଡାକ୍ତର ମହେନ୍ଦ୍ର ସାଏ

 , ପୃଥ୍ୱୀରାଜ ମିଶ୍ର ମୃତ୍ୟୁ ଘଟଣା ନେବାକୁ ବସିଲାଣି ଭିନ୍ନ ମୋଡ଼,ଅଡ଼ୁଆରେ ଡାକ୍ତର ମହେନ୍ଦ୍ର ସାଏ 





ସୁବର୍ଣ୍ଣପୁ( ମଣିଭଦ୍ରା ଖବର) ପୃଥ୍ୱୀରାଜ ମିଶ୍ର ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେବାକୁ ବସିଲାଣି ।ଶବ ବ୍ୟବଚ୍ଛେଦ ନ କରି ଅଡ଼ୁଆରେ ମନ ମୁଣ୍ଡା ଡାକ୍ତର ଖାନା ର ଇନ୍ ଚାର୍ଜ ରେ ଥିବା ଡାକ୍ତର ମହେନ୍ଦ୍ର କୁମାର ସାଏ l ଗତ ଦୁଇ ତାରିଖ ଦିନ ବିଦ୍ୟୁତ୍ ଆଘାତରେ ମନମୁଣ୍ଡା ଥାନା ରାବିଡି ଗ୍ରାମର ପୃଥ୍ୱୀରାଜ ମିଶ୍ର ଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ ପୃଥ୍ୱୀରାଜ ଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ପତ୍ନୀ ରୋଜାଲିନ ମିଶ୍ର ବୁଧୁବାର ଦିନ ମନ ମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏଠାରେ ପ୍ରଶ୍ନ ଉଠେ ଯେ ଡାକ୍ତର ଖାନା କର୍ତ୍ତୃପକ୍ଷ ଶବକୁ ବ୍ୟବଚ୍ଛେଦ ନକରି ଘରକୁ ପଠାଇ ଦେଇ ଥିବାରୁ ସନ୍ଦେହ ପ୍ରକାଶ ପାଇଥିଲା। ଏ ନେଇ ଗଣ ମାଧ୍ୟମ ରେ ଖବର ପ୍ରକାଶ ହେବା ପରେ ବୌଦ୍ଧ ସିଡିଏମଓ ଅଭୟ କୁମାର ଦାସ ମନ ମୁଣ୍ଡା ଡାକ୍ତର ଖାନା ରେ ପହଞ୍ଚି ଉକ୍ତ ଡିଉଟିରେ ଥିବା ସମସ୍ତଙ୍କୁ ଜଣ ଜଣ ଙ୍କୁ ଡାକି ତଦନ୍ତ ଆରମ୍ଭ କରିଛନ୍ତି।ତଦନ୍ତ ସମୟରେ ଇନ୍ ଚାର୍ଜ ରେ ଥିବା ଡାକ୍ତର ମହେନ୍ଦ୍ର କୁମାର ସାଏ ସିଡିଏମଓ ଙ୍କୁ ଆବଶ୍ୟକ କାଗଜ ପତ୍ର ଦେଖାଇ ପାରି ନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।ଏଠାରେ ସନ୍ଦେହ ଘେରକୁ ଆସିଛନ୍ତି ଡାକ୍ତର ସାଏ କାହିଁକି ନା ଶବ ବ୍ୟବଚ୍ଛେଦ ନ ହେବା ଓ ତଦନ୍ତ ସମୟରେ ଆବଶ୍ୟକ କାଗଜ ପତ୍ର ଦେଖାଇ ନ ପାରିବା ଏହା ଆଶ୍ଚର୍ଯ୍ୟର ବିଷୟ ଅଟେ। ଗଣମାଧ୍ୟମ ପ୍ରତିନିଧି ମାନେ  ଡାକ୍ତର ସାଏ ଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ କିନ୍ତୁ ସେ ମହାଶୟ ଗଣମାଧ୍ୟମ ଆଗରେ  ମୁଁ କିଛି କହିପାରିବି ନାହିଁ ବୋଲି ରୋକ ଠୋକ ମନା କରିଦେଇଥିଲେ। ଯାହା ଲାଗୁଛି ମଉନେ ସମ୍ମତି ଲକ୍ଷଣ ନୁହେତ ଡାକ୍ତର ସାଏ ଙ୍କ ପ୍ରତିକ୍ରିୟା ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ପୋଲିସ କୁ ମଧ୍ୟ ସୂଚନା ନ ଦେବା ଆଉ ଶବ କୁ ସତ୍କାର ପାଇଁ ବିନା ଶବ ବ୍ୟବଚ୍ଛେଦ ରେ ଗାଁ କୁ ଛାଡ଼ିଦେବା ତାହା ସନ୍ଦେହ ର ଦର୍ପଣ ବୋଲି ଜଣା ପଡ଼ୁଛି।ସେପଟେ କେତେ ଶୀଘ୍ର ପୃଥ୍ୱୀରାଜ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରୁଛି ମନ ମୁଣ୍ଡା ପୋଲିସ ତାହା ଦେଖିବାକୁ ବାକି ରହିଲା।ଅନ୍ୟପଟେ ଏକ୍ସନ ମୋଡରେ ସିଡିଏମଓ ଅଭୟ କୁମାର ଦାସ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS