BREAKING
Loading...
:

ତହସିଲ୍ ଘେରିବାକୁ ପ୍ରସ୍ତୁତି ବୈଠକ

 ତହସିଲ୍  ଘେରିବାକୁ ପ୍ରସ୍ତୁତି ବୈଠକ




ସୁବର୍ଣ୍ଣପୁର (ମଣିଭଦ୍ରା ଖବର )ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ - ଗଣ୍ଡା ସାହିକୁ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ ନଅ  ନମ୍ବର ଜୋନ୍ ର ଦୁଇଟି ପଂଚାୟତ ର ଭୂମି ହୀନ ମାନଙ୍କୁ ନେଇ କୁମାରୀ ଆମ୍ବ ତୋଟା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ଅବିଭକ୍ତ କୁଶଙ୍ଗ ପଂଚାୟତ ସଭାପତି ବେଲାଳସେନ୍ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ " ମୋ ଜମି , ମୋ ଡ଼ିହ "  ଯୋଜନାରୁ ଦୁଇ ଏକର ଚାଷ ଜମି ,  ଦଶ ଡିସିମିଲ ଘର ଡିହ ଏବଂ ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ତିନି ଦଫା ଦାବୀରେ ଆସନ୍ତା  ୧୦ ତାରିଖ ଶୁକ୍ରବାର ଦିନ ଚାରିଛକ  ଜଗନ୍ନାଥ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ହରଭଙ୍ଗା ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ  ଚାରି ଦଫା ସମ୍ବଳିତ ଦାବୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ  ସଂଗଠନ ର କୁସଙ୍ଗ ପଂଚାୟତ ସମ୍ପାଦକ ଦାମୋଦର ନାୟକ, ବରିଷ୍ଠ ସମାଜସେବୀ ଅନିଲ କୁମାର  ବେହେରା , ଶ୍ରୀକର ପ୍ରଧାନ , ରବିନ୍ଦ୍ର କହଁର , ବାସୁଦେବ ନାଏକ , ବିଷ୍ଣୁ ପ୍ରସାଦ ନାୟକ , ସଦାନନ୍ଦ ନାୟକ , ପୁର୍ଣ୍ଣଚନ୍ଦ୍ର ପାତ୍ର , ବିଭୂତି ଭୂଷଣ ନାୟକ , ଶ୍ରୀବନ୍ତ ନାୟକ , ଦାଶରଥି ବେହେରା , ଶରଦ ପ୍ରଧାନ , ଠାକୁର ବେହେରା , ରାହୁଲ କହଁର , ବିଜ୍ଞାନ ନାଏକ , ସନ୍ତୋଷ ବେହେରା , ମହେଶ୍ୱର ନାୟକ , ପ୍ରକାଶ କହଁର , ସିଦ୍ଧାନ୍ତ ପ୍ରଧାନ , ବାବୁଲା ବେହେରା , ନୀଳମଣି କହଁର , ପ୍ରଦୀପ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ତଥା   ୱାର୍ଡ ମେମ୍ବର ସୁନୀଲ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS