BREAKING
Loading...
:

ମହିଳା ମାନେ ସ୍ବାବଲମ୍ବୀ ହେବା ଉପରେ ଗୁରୁତ୍ବ ଦେଲେ ମାଇଛେଳି ସରପଞ୍ଚ

 ମହିଳା ମାନେ ସ୍ବାବଲମ୍ବୀ ହେବା ଉପରେ ଗୁରୁତ୍ବ ଦେଲେ ମାଇଛେଳି ସରପଞ୍ଚ




ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଇଛେଳି ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ସମିତି ସଭ୍ୟା, ଏମ ବି କେ, ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକ ରେ ମାଇଛେଳି ସରପଞ୍ଚ ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ମହିଳା ମାନେ କିପରି ସ୍ବାବଲମ୍ବୀ ହେବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ମହିଳା ମାନେ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସହାୟତାକୁ ପାଥେୟ କରି ଆଗକୁ ବଢ଼ିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ ଜଣାଇଥିଲେ । ବୈଠକରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS