ଅୟନ ଫାଉଣ୍ଡେସନ ତରଫରୁ ଜଳସେବା
ଗଣିଆ ୦୪/୦୬(ମଣିଭଦ୍ରା ଖବର) ଗଣିଆ ଗୁପ୍ତେଶ୍ୱର ମହାଦେବଙ୍କ ପୀଠରେ ଅୟନ ଫାଉଣ୍ଡେସନ ଏବଂ ରୋଟାରୀ କ୍ଲବ ତରଫରୁ ଜଳସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା,ଅୟନ ଫାଉଣ୍ଡେସନ ଟ୍ରଷ୍ଟି ପଙ୍କଜ କୁମାର ସାହୁ,ଆଡକଟା ସରପଞ୍ଚଙ୍କ ପ୍ରତିନିଧି,ଗ୍ରାମର ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପବିତ୍ର ଶୀତଳଷଷ୍ଠୀରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଅୟନ ଫାଉଣ୍ଡେସନ ତରଫରୁ ଥଣ୍ଡାପାନୀୟ ବଣ୍ଟନ କରାଯାଇଥିଲା । ଅଧ୍ୟକ୍ଷା ଜନସାଧାରଣଙ୍କୁ ଥଣ୍ଡାପାନୀୟ ବଣ୍ଟନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅୟନ ଫାଉଣ୍ଡେସନର ଏଭଳି ପଦକ୍ଷେପକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଅୟନ ଫାଉଣ୍ଡେସନ ବିଭିନ୍ନ ସମୟରେ ରକ୍ତଦାନ ଶିବିର ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ଗଣିଆ ବ୍ଲକରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି । ଅୟନ ଫାଉଣ୍ଡେସନର ଟ୍ରଷ୍ଟି ତଥା ସାମାଜିକ କର୍ମୀ ପଙ୍କଜ କୁମାର ସାହୁ ସବୁବେଳେ କିଛି ନିଆରା କାର୍ଯ୍ୟକ୍ରମ ହାତକୁ ନେଇ ବେଶ୍ ଜଣାଶୁଣା ହୋଇପାରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق