BREAKING
Loading...
:

ବୌଦ୍ଧ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

 ବୌଦ୍ଧ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ     

 



ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ଆଜି ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତ ଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ଶିବିରରେ ସର୍ବମୋଟ 144 ଗୋଟି ଅଭିଯୋଗ ପଞ୍ଜିକୃତ ହୋଇ ଥିବା ବେଳେ 117 ଟି ବ୍ୟକ୍ତିଗତ ଓ 27ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଅଭିଯୋଗ ଆସିଥିଲା l ବ୍ୟକ୍ତିଗତ ଅଭିଯୋଗ ମଧ୍ୟ ରୁ 5ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠି ରୁ ସାହାୟତା ମଂଜୁର କରାଯାଇଥିଲା l ଅଭିଯୋଗ ଗୁଡିକ ମଧ୍ୟରୁ 23ଟି ର ତତ୍କାଳ ସମାଧାନ କରାଯାଇଥିଲା l ଅନ୍ୟ ଅଭିଯୋଗ ଗୁଡିକ ର ତୁରନ୍ତ ସମାଧାନ ପାଇଁ ଜ଼ିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ବିନୀ କୁମାର ମେହେର, ଜ଼ିଲ୍ଲା ପରିଷଦ ସଭ୍ୟ ଜୋନ -4 ଶ୍ରୀଯୁକ୍ତ ରାକେଶ ତ୍ରିପାଠୀ, ସରପଞ୍ଚ ଅଇଁଠୁ ମାହାଳିକ, ଜ଼ିଲ୍ଲା ଶିକ୍ଷl ଅଧିକାରୀ ଡକ୍ଟର ଉଦୟନାଥ ମାଝୀ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ରାହୁଲ ପ୍ରଧାନ,ଜିଲ୍ଲା ମଙ୍ଗଳ ଅଧିକାରୀ ବିନୋଦ ଚନ୍ଦ୍ର ନାୟକ,ଏଆର ସିଏସ ମଙ୍ଗଳ ସୋରେନ, ପ୍ରକଳ୍ପ  ଇର୍ଦେଶକ ଜଳ ଛାୟା ମିଶନ ପ୍ରଦୀପ୍ତ କୁମାର ମହାନ୍ତି,ଉପନିର୍ଦେଶକ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଡ ହରେକୃଷ୍ଣ ବେହେରା,ବିଡ଼ିଓ ବୌଦ୍ଧ ପ୍ରମୋଦ କୁମାର ମିଶ୍ର,ତହସିଲଦାର ବୌଦ୍ଧ ଦେବୀ ପ୍ରସାଦ ଦାଶ ଓ ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS