BREAKING
Loading...
:

ଅନେକ ଦିନରୁ ଜମିଲିଜ ପଟ୍ଟା ପାଇବାସତ୍ତ୍ବେ ଜମି ଦଖଲ ନହେବାରୁ ତହସିଲକାର୍ଯ୍ୟାଳୟ ଘେରାଉ

 ଅନେକ ଦିନରୁ ଜମିଲିଜ ପଟ୍ଟା ପାଇବାସତ୍ତ୍ବେ  ଜମି ଦଖଲ ନହେବାରୁ ତହସିଲକାର୍ଯ୍ୟାଳୟ ଘେରାଉ 



ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାର ଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ  ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା। ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା ଇତ୍ୟାଦି ଦର୍ଶାଯାଇଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ଜମିସବୁ ହସ୍ତାନ୍ତର ହୋଇପାରିନାହିଁ। ସେ ସବୁଜମି ଅଦ୍ୟାବଧି ଜମିମାଫିଆ ମାନଙ୍କର କବଜାରେ ରହି ସେମାନେ ଭୋଗଦଖଲ କରିଆସୁଛନ୍ତି ତଥା ସେ ସବୁ ଚାଷଜମିର ଉତ୍ପାଦିତ ଶସ୍ୟ ଅମଳକରି ସରକାରଙ୍କୁ ମଧ୍ୟ ମଣ୍ଡିରେ ବିକ୍ରି କରୁଛନ୍ତି। ଯେହେତୁ ପଟ୍ଟାପାଇଥିବା ହିତାଧିକାରୀ ଇତିମଧ୍ୟରେ କ୍ରମାଗତଭାବରେ ତହସିଲଦାର, ଉପଜିଲ୍ଲାପାଳ ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କିଛି ସୁଫଳ ପାଉନଥିବା କାରଣରୁ  ଆଜି "ଜିଲ୍ଲା ଗରିବ ଭୂମିହୀନ, ଜମିହୀନ ମହାସଂଘ" ନାମରେ ବିଶିଷ୍ଟ ଯୁବନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ୱରେ ରାମପୁର ତହସିଲର ଗଜବନ୍ଧ,ବଡକର୍ଲେ,ଅନ୍ଧାରି ବାଞ୍ଜି,ଭିମଟିକ୍ରା,ପଣ୍ଡରାପାଲି ପ୍ରଭୃତି ଗ୍ରାମର ଧନେଶ୍ୱର ବେହେରା, ଗୁଲାରଣା,ସାଧିଆ ପୋଢ଼,କରମଜାଲ,ଜିବର୍ଦ୍ଧନ କଠାଲ, ସୁମାଲି ବରିହା,ମନ କଁଅର ,ବରୁଣସୁନା,ଦାଶ ତାଣ୍ଡି,କାଳନ୍ଦି ସେଠ୍,ହିରଣ ସେଠ୍,ଭକ୍ତ କଁଅର ପ୍ରମୁଖ ଶତାଧିକ ହିତାଧିକାରୀ ଆଜି ରାମପୁର ତହସିଲ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ସେମାନଙ୍କୁ ସେମାନେ ପାଇଥିବା ଜମି ଚିହ୍ନଟ କରି ମଡାଇଦେବା ସହ ଜବରଦଖଲକାରୀ ଜମିମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବିକରି ବିଭିନ୍ନ ନାରା ଦେଇଥିଲେ।। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS