ଜୁଲାଇ ୦୭ ରେ ବୌଦ୍ଧ ତହସିଲ୍ କାର୍ଯ୍ୟାଳୟ ଘେରିବ ଜିଲ୍ଲା ପାଣ - ଗଣ୍ଡା ସମାଜ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପରେ ମଧ୍ୟ ବୌଦ୍ଧ ଜିଲ୍ଲା ରେ ଶହ ଶହ ଭୂମି ହୀନ ଏବଂ ଡିହ ହୀନ ଥିବା ବେଳେ ପ୍ରାୟ ଶତାଧିକ ପାଣ - ଗଣ୍ଡା ସାହିକୁ ଆଜି ପର୍ଯ୍ୟନ୍ତ ସରକାରୀ ରାସ୍ତା ନାହିଁ । ଏହି ପରିପ୍ରେକ୍ଷୀରେ ଅଗ୍ରଣୀ ସାମାଜିକ ସଂଗଠନ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଗୁନ୍ଦୁଳିଆ ପଂଚାୟତ ର ବନ୍ଧ ପଡ଼ା ଖେଳ ପଡିଆ ଠାରେ ବୌଦ୍ଧ ବ୍ଲକ ର ଚାରିଟି ପଂଚାୟତ ର ଭୂମି ହୀନମାନଙ୍କୁ ନେ଼ଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ର ବରିଷ୍ଠ ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ପ୍ରଜାପତି ଭବସାଗର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ସମାଜ ର ସାମାଜିକ ଏକତା , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ଦଳିତ ଅଧିକାର ତଥା ମାନବିକ ଅଧିକାର ଉପରେ ଆଲୋକପାତ କରିଥିଲେ । ଭୂମି ହୀନ ମାନଙ୍କୁ ସରକାରଙ୍କ " ମୋ ଜମି , ମୋ ଡ଼ିହ " ଯୋଜନାରୁ ଦୁଇ ଏକର ଚାଷ ଜମି , ଦଶ ଡିସିମିଲ ଘର ଡିହ , ସମସ୍ତ ଦଳିତ ବସ୍ତିକୁ ସରକାରୀ ରାସ୍ତା ପାଇଁ ଜମି ପ୍ରଦାନ ଆଦି ଦାବୀରେ ଆସନ୍ତା ସାତ ତାରିଖ ଗୁରୁବାର ଦିନ ବୌଦ୍ଧ ଶ୍ରୀରାମ ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରା ଆରମ୍ଭ କରି ତହସିଲ୍ କାର୍ଯ୍ୟାଳୟ ଘେରାଉ ଏବଂ ନଅ ଦଫା ସମ୍ବଳିତ ଦାବୀ ପତ୍ର ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିବା ସହିତ ନିଜର ହକ୍ ଏବଂ ଅଧିକାର ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଉପଦେଷ୍ଟା, ବିଶିଷ୍ଟ ଦଳିତ ନେତା ତଥା ବାବାସାହେବ ଆମ୍ବେଦକର ଫାଉଣ୍ଡେସନ ର ସଭାପତି ଅନାଦି ବାଦି, ଆମ୍ବଝରି ପଂଚାୟତ ସଭାପତି ଝାଟୁ ହାତୀ , ସଂପାଦକ ପ୍ରତୀ କୁମ୍ଭାର , ବ୍ଲକ ସଂଯୋଜକ ରସାନନ୍ଦ ହାତୀ , ଗୋଛାପଡା ଝରିଆ ଖୁରା, ଉପ ସଭାପତି ରମେଶ ମହାନନ୍ଦିଆ , ସଂପାଦକ ଶୁକ୍ରୁ ଊର୍ମା , କୋଷାଧ୍ୟକ୍ଷ ଅରୁଣ ବାଦି , ଗୁନ୍ଦୁଳିଆ ପଂଚାୟତ ସଭାପତି ଦଣ୍ଡପାଣି ଭବସାଗର , ସଂଗଠନ ସମ୍ପାଦକ ସଞ୍ଜୟ ଲୁହା , ସଂପାଦକ ସନ୍ତୋଷ ବେହେରା , ସହକାରୀ ସଂପାଦକ ଘାସିରାମ ଜଗଦଲା , ଉପ ସଭାପତି ରମେଶ ସୁନା , କୋଷାଧ୍ୟକ୍ଷ ପ୍ରତିମନ ସୁନା , ଶଗଡା ପଂଚାୟତ ସଭାପତି ରୋବିନ କହଁର , ସଂପାଦକ ବିନୋଦ ବିଭାର , ସଂଗଠନ ସମ୍ପାଦକ ଜିତେନ୍ଦ୍ର ବେହେରା , ଯୁବ ସମାଜସେବୀ ତଥା ଶିକ୍ଷାବିତ୍ ଉମେଶ ସୁନା, ବରିଷ୍ଠ ସମାଜସେବୀ ସୁଦର୍ଶନ ବେହେରା , ସଦାନନ୍ଦ କୁମ୍ଭାର , ଘାସିରାମ ବଳିଆର , ଦାନିଆଲ ଭୋଇନା , ଗୋପବନ୍ଧୁ ଭବସାଗର, ସାନନ୍ଦ କହଁର , କୁଶ କହଁର , ବୈକୁଣ୍ଠ ବେହେରା , ଗୁପ୍ତେଶ୍ୱର ଲୁହା, ମହାଦେବ ବଳିଆର , ଗଙ୍ଗାଧର କୁମ୍ଭାର, ନୀଳମଣି କୁମ୍ଭାର , ବରୁଣ ବଣ୍ଡକି , ପ୍ରକାଶ ବେହେରା , ପୂର୍ଣ୍ଣଚନ୍ଦ୍ର ଭୋଇ , ଶଙ୍କର ବଳିଆର , ସାର୍ତ୍ତିକ କୁମ୍ଭାର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶେଷରେ ବରିଷ୍ଠ ସମାଜସେବୀ ତଥା ସଂଗଠନ ର ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ପେରା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment