BREAKING
Loading...
:

ଅସୁରକ୍ଷିତ ଭାବରେ ଐତିହ୍ୟପୂର୍ଣ୍ଣ ରାମଜୀ ମଠ

 ଅସୁରକ୍ଷିତ ଭାବରେ ଐତିହ୍ୟପୂର୍ଣ୍ଣ ରାମଜୀ ମଠ l 



ସୁବର୍ଣ୍ଣପୁର(ମଣିଭଦ୍ରା ଖବର)ଐତିହ୍ୟ ଓ ସଂସ୍କୃତି ସଂମ୍ପନ୍ନ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ମୂଲ୍ୟବାନ କୀର୍ତ୍ତିରାଜ ରହିଛି।ଏମିତି ଏକ କୀର୍ତ୍ତିରାଜ ହେଉଛି  ଶ୍ରୀକ୍ଷେତ୍ରସ୍ଥିତ ରାମଜୀ ମଠ । ଏବେ ଏହା ଅସୁରକ୍ଷିତ ଓ ଅବହେଳିତ। କିନ୍ତୁ ବେସରକାରୀ ସ୍ତରରେ ପୁନଃଉଦ୍ଧାର ପାଇଁ ପ୍ରାୟସ ଆରମ୍ଭ ହୋଇଛି।  ସୋନପୁରଗଡ ଜାତ ସମୟରେ ଏହି ଅଞ୍ଚଳ ଲୋକମାନେ ପୁରୀର ଜଗନ୍ନାଥ ଦର୍ଶନ ସହ ରଥ ଯାତ୍ରା, ସୁନା ବେଶ, ହବିଷ୍ୟ କରିବା ପାଇଁ ଯାଉଥିଲେ। ସେହି ସମୟ ନଦୀ, ନାଳ, ପାହାଡ଼ ଦେଇ ଚଳାପଥରେ ଶ୍ରୀକ୍ଷେତ୍ର ଯିବାର କଷ୍ଟସାଧ୍ୟ ତଳେ ମଧ୍ୟ ଏହି ମଠରେ ଲୋକମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ନେଇ ବେଶ ଆଶ୍ଵସ୍ଥ ଅନୁଭବ କରୁଥିଲେ । ଗଡଜାତ ସମୟରେ ଏହି ବ୍ୟବସ୍ଥା ନେଇ ଲୋକେ ବେଶ ଆଶାବାଦୀ ଥିଲେ  । ଇତିହାସ ପୃଷ୍ଠଭୂମି ଜଣାପଡ଼େ ୧୬୩୫ ଠାରୁ ୧୬୪୫ରେ ଚୌହାନ ଶାସନ ସମୟରେ ମଦନ ଗୋପାଳ ସୋନପୁର ରାଜ୍ୟ ଶାସନ କରୁଥିଲେ। ତାଙ୍କର ଭାଇ ବାବାଜୀ ବଂଶୀ ଗୋପାଳ ସନ୍ନ୍ୟାସୀ ହୋଇଥିଲେ ମଧ୍ୟ ରାଜାଙ୍କ ଅନୁପସ୍ଥିତରେ ରାଜ୍ୟ କାର୍ଯ୍ୟ  ଦେଖୁଥିଲେ। ବାବାଜୀ ବଂଶୀ ଗୋପାଳ ଭାଇ ଭାଗର ସମ୍ପତ୍ତିରେ ସମ୍ବଲପୁର, ସୋନପୁର, ପୁରୀରେ ଗୋପାଜୀ ମନ୍ଦିର ଓ ମଠ ନିର୍ମାଣ ହୋଇଥିଲ।ପରବର୍ତ୍ତୀ ସମୟରେ ପୁରୀର ଉକ୍ତ ମଠର ମଠାଧିଶ ରାମ ଦାଶ ନାମ ଅନୁସାରେ ରାମଜୀ ମଠ ହୋଇଥିଲା। ଓଡ଼ିଶା ପ୍ରଦେଶର ନିମାର୍କ ସଂପ୍ରଦାୟର ମୂଖ୍ୟ ପୀଠ ରାମଜୀ ମଠ । ୫୭୦ ବର୍ଷ ତଳ ଏହି ମଠରେ ୯ ଏକର ଜମି ରହିଥିଲା। ଏବେ ଅସାମାଜିକ ଲୋକମାନଙ୍କ ଦ୍ଵାରା ଜବରଦଖଲ ହୋଇ କେବଳ ୯୫୦ ଡିସିମିଲ ଜାଗା ରହିଛି। ଐତିହ୍ୟ ପୂର୍ଣ୍ଣ ପ୍ରସିଦ୍ଧ ରାମଜୀ ମଠ  ଅସୁରକ୍ଷିତ ରହିଛି। ଯାହା ରକ୍ଷଣାବେକ୍ଷଣ କରିବା  ଜରୁରୀ ହୋଇ ପଡିଛି। ରାଜ୍ୟ ସରକାରୀ ଐତିହ୍ୟ କୀର୍ତ୍ତିରାଜମାନଙ୍କ ପୁନଃଉଦ୍ଧାର କରିବା ପ୍ରାୟସ କରିଛନ୍ତି। ଏହି  ପରିପ୍ରେକ୍ଷୀରେ ସ୍ଥାନୀୟ ରାଜନୈତିକ ନେତୃତ୍ଵ ବୃନ୍ଦ ଜିଲ୍ଲାବାସୀଙ୍କ ପ୍ରସିଦ୍ଧ ରାମଜୀ ମଠ  ପୁନଃଉଦ୍ଧାର କରି ସୁବ୍ୟବସ୍ଥିତ କରିବା ପାଇଁ  ଦୃଢ ଦାବୀ ହେଉଛି।ଅନ୍ୟପକ୍ଷରେ ମଠର ବ୍ରହ୍ମଚାରୀ ସୁଶିଳ ଚୈତନ୍ୟ ଏହି ରାମଜୀ ମଠର କିଛି ଘର ନିର୍ମାଣ କରିବା ପାଇଁ ବେସରକାର ଉଦ୍ୟମ କରାଯାଇଥିବାର ସୂଚନା ଦେଇଛନ୍ତି। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS