BREAKING
Loading...
:

୧ କ୍ଵିଣ୍ଟାଲ ୨୧ କିଲୋ ଗଞ୍ଜେଇ ଜବତ,3 ଗିରଫ

୧ କ୍ଵିଣ୍ଟାଲ ୨୧ କିଲୋ  ଗଞ୍ଜେଇ ଜବତ,3 ଗିରଫ 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ମନମୁଣ୍ଡା ପୋଲିସ ଦୁଇଟି ପୃଥକ ଘଟଣାରେ 1 କ୍ୱିଣ୍ଟାଲ 21 କେଜି ଗଞ୍ଜେଇ ସହ ଏକ ପିକଅପ ଭ୍ୟାନ ଓ ବାଇକ ଜବତ କରିଛି l ବେଆଇନ ଭାବରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି l ଘଟଣାରୁ ପ୍ରକାଶ ଯେ ମନମୁଣ୍ଡା ଥାନା ଅନ୍ତର୍ଗତ ବଣ ପାହାଡ଼ ଘେରା ଶଗଡା, ଗୁନ୍ଦୁଲିଆ ଏବଂ ଖଲିଆପାଲି ପଞ୍ଚାୟତ ଅଂଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ସମ୍ପର୍କରେ ବୌଦ୍ଧ ଏସ ପି କୌଣସି ସୂତ୍ରରୁ ଖବର ପାଇଥିଲେ l ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ମନମୁଣ୍ଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଙ୍ଗ କରାଯାଇଥିଲା l ଥାନାଧିକାରୀ ଗୋପୀନାଥ ପ୍ରଧାନ ଙ୍କ ନେତୃତ୍ୱରେ ତିନିଟି ଟିମ ଗଠନ କରି ଶଗଡା, ଗୁନ୍ଦୁଲିଆ ଏବଂ ଖଲିଆପାଲି ଜଙ୍ଗଲ ସମେତ ମୁଖ୍ୟ ପ୍ରସ୍ତାନ ରାସ୍ତା ମାନଙ୍କରେ ପେଟ୍ରୋଲିଙ୍ଗ କୁ କଡାକଡ଼ି କରାଯାଇଥିଲା l ଉକ୍ତ ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ କୁ ଗୁନ୍ଦୁଲିଆ ନାଳ ସେତୁ ନିକଟରେ ଅଟକାଇ ଯାଞ୍ଚ କଲାରୁ ବାଇକ ରେ ଥିବା ବସ୍ଥା ରୁ 10 କେଜି ଗଂଜେଇ ବାହାରିଥିଲା l ପୋଲିସ ଗଞ୍ଜେଇ ସହ ( OD 17 L..6928) ବାଇକ ଜବତ କରି ବାଇକ ଚାଳକ ବୌଦ୍ଧ ଜିଲ୍ଲା ବାଉଁଶ଼ୁଣୀ ଥାନା ଟିକିରାପଡ଼ାର ଧନେଶ୍ୱର ମେହେର ଙ୍କୁ ଗିରଫ କରିଥିଲା l ସେହିପରି ଅପରାହ୍ନ ରେ ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ କୁଆଘରା ବନ୍ଧ ନିକଟରେ ପେଟ୍ରୋଲିଙ୍ଗ ସମୟରେ ଏକ ପିକଅପ ଭେନ (WB 57 C..2728) କୁ ଅଟକାଇ ଯାଞ୍ଚ କରାଯାଇଥିଲା l ଯାଞ୍ଚ ସମୟରେ ସେଥିରୁ 1 କ୍ୱିଣ୍ଟାଲ 11 କେଜି ଗଞ୍ଜେଇ ବାହାରିଥିଲା l ପୋଲିସ ଗଂଜେଇ ସହ ଉକ୍ତ ପିକଅପ ଭେନ କୁ ଜବତ କରି ଚାଳକ ସମେତ 2 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା l ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡ ରାଜ୍ୟ ସିଂହଭୂମି ଜିଲ୍ଲା ବାଗାନସାହି 7 ନଂ. ରୋଡ଼,6 ନଂ. କ୍ରସ ରୋଡର ଗୁଲାମ ନବି ଏବଂ ବିହାର ରାଜ୍ୟ ସମସ୍ତିପୁର ଜିଲ୍ଲା ମହେସିଂହା ଗ୍ରାମର ଅକଲେଶ କୁମାର ଗିରି l ଏସ ଆଇ ଜ୍ଞାନେନ୍ଦ୍ର କୁମାର ମିଶ୍ର, ଏସ ଆଇ ସେବତୀ ନାଏକ, ଶଗଡା ଫାଣ୍ଡି ଅଧିକାରୀ ଏସ ଆଇ ନଳିନୀକାନ୍ତ ଦାଶ ଙ୍କ ନେତୃତ୍ୱ ରେ ପୋଲିସ କର୍ମଚାରୀ ମାନେ ଉପରୋକ୍ତ ଦୁଇଟିଯାକ ଚଢ଼ାଉରେ ସାମିଲ ଥିଲେ l ମନମୁଣ୍ଡା ଥାନା କେସ ନମ୍ବର 97, U/S 20( b), ( ii),( B), NDPS ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି l ଏ ନେଇ ଶଗଡା ଫାଣ୍ଡି ଅଧିକାରୀ ନଳିନୀକାନ୍ତ ଦାଶ ଓ ଏସ ଆଇ ସେବତୀ ନାଏକ ଥାନାରେ ଦୁଇଟି ମାମଲା ରୁଜୁ କରି ଗିରଫ 3 ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମନମୁଣ୍ଡା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS