BREAKING
Loading...
:

ସୁବର୍ଣ୍ଣପୁର ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ

 ସୁବର୍ଣ୍ଣପୁର  ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି ବୈଠକ 



ସୁବର୍ଣ୍ଣପୁର, (ମଣିଭଦ୍ରା ଖବର) ସୁବର୍ଣ୍ଣପୁର  ଜିଲ୍ଲା ଉନ୍ନୟନ ଓ ତଦାରଖ କମିଟି (ଦିଶା) ବୈଠକ କମିଟି ଅଧ୍ୟକ୍ଷା ତଥା ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଳାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଡୋଳାମଣି ପଟେଲ,   ଜିଲାସ୍ତରୀୟ ଅଧିକାରୀ, ଦିଶା କମିଟି ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ନରୱଣେ  ସ୍ବାଗତ ବକ୍ତବ୍ୟ ରଖି ଜିଲ୍ଲାରେ ରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରାଯିବାକୁ ମାନ୍ୟବର ସାଂସଦ ଶ୍ରୀମତୀ ସିଂଦେଓ ଗୁରୁତ୍ବାରୋପ କରିଥିଲେ। କେନ୍ଦ୍ରୀୟ ଯୋଜନାରେ ଆବଣ୍ଟିତ ପାଣ୍ଠି ଜରିଆରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡିକର ସଠିକ୍ କାର୍ଯ୍ୟକାରିତା, ଅଗ୍ରଗତି ଓ ପାଣ୍ଠି ବିନିଯୋଗ ଉପରେ ସେ ଗୁରୁତ୍ବାରୋପ କରିବା ସହ ସ୍ୱଛତା ସହକାରେ ଧାର୍ଯ୍ୟ ସମୟ ମଧ୍ୟରେ ସମାପନ କରିବାକୁ ପରାମର୍ଶ ଦେଇଛନ୍ତି  l ବୈଠକରେ  ସାଂସଦ ପାଣ୍ଠି ର କାର୍ଯ୍ୟକାରିତା, ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତା ଓ ପୋଲ ନିର୍ମାଣ ଉପରେ ସମାକ୍ଷା କରାଯାଇ କାର୍ଯ୍ୟ ର ଗୁଣାତ୍ମକ ମାନ ଓ ପ୍ରକଳ୍ପ ରେ ଅର୍ଥ ର ସୁବିନିଯୋଗ ଉପରେ  ଗୁରୁତ୍ୱାରୋପ କରିବା ସହ ସମ୍ପୃକ୍ତ ଅଧିକାରୀ ଙ୍କୁ ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଜାତୀୟ ସାମାଜିକ ସହାୟତା ଯୋଜନା ରେ ଜିଲ୍ଳାରୁ ଅଧିକ ରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ଜନସାଧାରଣଙ୍କୁ ଯୋଜନାର ଲାଭ ଦେବାକୁ ନିର୍ଦେଶ ଦେଇଛନ୍ତି l ଜାତୀୟ ଗ୍ରାମୀଣ ଜୀବନ ଜୀବିକା ମିଶନ, ଅମୃତ ସରୋବର ର କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ ଓ ସହରାଞ୍ଚଳ), ନିର୍ମାଣ ଶ୍ରମିକ ଯୋଜନା, ଖୋର୍ଦ୍ଧା ବଲାଙ୍ଗୀର  ରେଲୱେ ପ୍ରକଳ୍ପ ର ଅଗ୍ରଗତି,  ଜାତୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯୋଜନା, ଜଳ ଜୀବନ ମିଶନ,ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା, ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନା,ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ର କାର୍ଯ୍ୟକାରିତା , ପ୍ରଧାନମନ୍ତ୍ରୀ କୌଶଲ ବିକାଶ ଯୋଜନା,ସ୍ବଚ୍ଛ ଭାରତ ମିଶନ, ଜାତୀୟ ଉଦ୍ୟାନ ମିଶନ,ସମଗ୍ର ଶିକ୍ଷା ଅଭିଯାନ, ମେଗା ଲିଫ୍ଟ, ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ଯୋଜନା ଉପର ସମୀକ୍ଷା ହୋଇଥିଲା। ଶେଷରେ ତିଆରଡିଏ ପିଡି ଡୋଳାମଣି ପଟେଲ  ଧନ୍ୟବାଦ ଅର୍ପଣ କରିଥିଲେ | 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS