ନବୀନଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ କେଉଁ ମନ୍ତ୍ରୀପଦ ମିଳିଲା, ଜାଣନ୍ତୁ
ଭୂବନେଶ୍ବର (ମଣିଭଦ୍ରା ଖବର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ନବକଳେବର। ନବୀନଙ୍କ ନୂଆ ଟିମ୍ରେ ୨୧ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ କ୍ୟାବିନେଟ୍ ଓ ୮ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି। ନବୀନଙ୍କ ନୂଆ ବ୍ରିଗେଡ୍ରେ କ୍ୟାବିନେଟରେ ଜଣେ ନୂଆ ମୁହଁକୁ ସୁଯୋଗ ମିଳିଛି । ସେହିଭଳି ୯ ଜଣ ମନ୍ତ୍ରୀଙ୍କୁ ରିପିଟ୍ କରାଯାଇଛି । ତେବେ ଶପଥ ଗ୍ରହଣ ପରେ କେଉଁ ମନ୍ତ୍ରୀଙ୍କୁ ମିଳିଛି କେଉଁ ବିଭାଗ ଜାଣନ୍ତୁ-
#କାହାକୁ_କେଉଁ_ବିଭାଗ?
କ୍ୟାବିନେଟ୍ ମନ୍ତ୍ରୀ
1. ନିରଞ୍ଜନ ପୂଜାରୀ- ଅର୍ଥ, ସଂସଦୀୟ ବ୍ୟାପାର ମନ୍ତ୍ରୀ
2. ଜଗନ୍ନାଥ ସାରକ- ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ ମନ୍ତ୍ରୀ
3. ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ
4. ପ୍ରମିଳା ମଲ୍ଲିକ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
5. ଉଷା ଦେବୀ- ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
6. ପ୍ରଫୁଲ୍ଲ ମଲ୍ଲିକ- ଖଣି ଓ ଇସ୍ପାତ, ପୂର୍ତ୍ତ
7. ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି
8. ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ
9. ପ୍ରଦୀପ କୁମାର ଅମାତ- ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ
10. ନବକିଶୋର ଦାଶ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
11. ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ
12. ଟୁକୁନି ସାହୁ- ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ
13. ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସଂଯୋଜନା ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ ତାଲିକା
1. ସମୀର ରଂଜନ ଦାଶ- ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
2. ଅଶ୍ୱିନୀ କୁମାର ପାତ୍ର- ପର୍ଯ୍ୟଟନ, ଅବକାରୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ
3. ପ୍ରୀତିରଞ୍ଜନ ଘଡ଼େଇ- ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ
4. ଶ୍ରୀକାନ୍ତ ସାହୁ- ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ
5. ତୁଷାରକାନ୍ତି ବେହେରା- କ୍ରୀଡା ଓ ଯୁବ ସେବା, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ
6. ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା ମନ୍ତ୍ରୀ
7. ରୀତା ସାହୁ- ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ
8. ବାସନ୍ତୀ ହେମ୍ବ୍ରମ୍- ମହିଳା ଓ ଶିଶୁ କଲ୍ୟାଣ, ମିଶନ ଶକ୍ତି
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق