BREAKING
Loading...
:

ରଥଯାତ୍ରା ପାଇଁ ନୂତନ ରାଜାଙ୍କୁ ବରଣି କଲେ ଗ୍ରାମବାସୀ

 ରଥଯାତ୍ରା ପାଇଁ ନୂତନ ରାଜାଙ୍କୁ ବରଣି କଲେ ଗ୍ରାମବାସୀ



ଗଣିଆ ( ମଣିଭଦ୍ରା ଖବର) ଗଣିଆ ରଥଯାତ୍ରା ସମୟରେ ଛେରାପହଁରା କରି ରାଜା ଭାବେ ନିଜର ଦାୟିତ୍ଵ ନିର୍ବାହ କରୁଥିଲେ ଦିନବନ୍ଧୁ ଦାଶ । ଚଳିତ ବର୍ଷ ତାଙ୍କର ଅସୁସ୍ଥତା ହେତୁ ସେ ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଫଳରେ ଗଣିଆ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ବୈଠକରେ  ଗଣିଆ ବ୍ରାହ୍ମଣ ସମାଜର ସଭାପତି ଗୁରୁଚରଣ ଦାଶଙ୍କୁ ନୂତନ ରାଜା ଭାବେ ଛେରାପହଁରା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଶୁକ୍ରବାର ଅପରାହ୍ନରେ ଖୋଳକିର୍ତନ କରି ଜଗନ୍ନାଥଙ୍କର ଆଜ୍ଞାମାଳ ନେଇ ନୂତନ ରାଜାଙ୍କୁ ବରଣି କରାଯାଇଥିଲା । ନୂତନ ରାଜାଙ୍କ ନିଜ ବାସଭବନରେ ଭେଟି ମହାପ୍ରଭୁଙ୍କ ଆଜ୍ଞାମାଳ,ପାଟପତନୀ, ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଥିଲା । ପରିଚାଳନା କମିଟିର ସମ୍ପାଦକ ସୁନିଲ କୁମାର ସାହୁ ଉପଢ଼ୌକନ ଦେଇ ତାକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରଜକିଶୋର ସାହୁ, ସରୋଜ କୁମାର ସାହୁ, ଭରତ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ବେହେରା, ପୂର୍ବତନ ଟ୍ରଷ୍ଟି ପ୍ରାଣକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । 



ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS