BREAKING
Loading...
:

ନୂଆଗାଁ ରୁ ପୁରୀ କୁ ଗଡିଲା ଟ୍ରେନ୍,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

 ନୂଆଗାଁ ରୁ ପୁରୀ କୁ ଗଡିଲା ଟ୍ରେନ୍,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ



ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ ହୋଇଛି ଲୋକାର୍ପିତ।ନୂଆଗାଁ ରୁ ଭୁବନେଶ୍ୱର,ନୂଆଗାଁ ରୁ  ପୁରୀ ଯିବା  ପାଇଁ ରେଳ ବିଭାଗ ପକ୍ଷରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଵତନ୍ତ୍ର ଟ୍ରେନ ରେ ଆସି ନୂଆଗାଁ ରେଳ  ଷ୍ଟେସନ ରେ ପହଞ୍ଚି ପତାକା ହଲାଇ ନୂଆଗାଁ ରୁ ପୁରୀ ଯିବା ଟ୍ରେନ କୁ ପତାକା ହଲାଇ ଶୁଭାରମ୍ଭ କରିଥିଲେ। ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ମାନ୍ୟବର ପ୍ରଧାନ ମନ୍ତ୍ରୀ ୧ ହଜାର କୋଟି ଅର୍ଥ ମଞ୍ଜୁର କରିଥିବା ଏବଂ ରେଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ କୁ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ରେଳ ବିଭାଗ ର ଜି ଏମ ଶରଦ କୁମାର ଶ୍ରୀ ବାସ୍ତବ, ଡି ଆର୍ ଏମ ରୀଙ୍କେଶ ରଏ ଯୋଗ ଦେଇଥିଲେ। ନୂଆଗାଁ ଷ୍ଟେସନ ପର୍ଯ୍ୟନ୍ତ ରେଳ ଗଡିଥିବାରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା  ଧନ୍ୟବାଦ୍ ଦେଇଥିଲେ। ତତ୍ ସହିତ ନୂଆଗାଁ ରେଳ ଷ୍ଟେସନ କୁ ପ୍ରଖ୍ୟାତ ସଂଗ୍ରାହକ ଦାଶରଥି ପଟ୍ଟନାୟକ ଙ୍କ ନାମରେ ନାମିତ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ ।ନୂଆଗାଁ ରୁ ପୁରୀ କୁ ଟ୍ରେନ ଗଡ଼ିଥିବାରୁ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS