BREAKING
Loading...
:

ଯୁବ ସମାଜ ସେବୀ ଧନଞ୍ଜୟ ଙ୍କ ମହତ୍ ପ୍ରୟାସ

 ଯୁବ ସମାଜ ସେବୀ ଧନଞ୍ଜୟ  ଙ୍କ ମହତ୍ ପ୍ରୟାସ 



ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)     କୁହାଯାଏ ରକ୍ତ ଦାନ ମହତ୍ ଦାନ , ସବୁ ଦାନ ରୁ ମହାନ୍ ଏ ଦାନ । ଯିଏ ବୁଝୁ ବା ନ ବୁଝୁ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଘମୁଣ୍ଡିଆପାଲି ଗ୍ରାମର ଯୁବକ ମାନେ ବୁଝିଛନ୍ତି ଏ କଥା l ଗତକାଲି ଏ ଗ୍ରାମ ର ଯୁବ ସମାଜ ସେବୀ ଧନଞ୍ଜୟ ଭୋଇ ଙ୍କ ଜନ୍ମ ଦିନରେ ଆୟୋଜିତ ହୋଇଛି ଏକ ରକ୍ତ ଦାନ ଶିବିର l ଯେଉଁଠି ଗ୍ରାମର 19ଜଣ ଯୁବକ ରକ୍ତ ଦାନ କରି ମହତ୍ କାର୍ଯ୍ୟ ରେ ସାମିଲ ହୋଇଛନ୍ତି । ଯେମିତି ଜିଲ୍ଲା ର କେହି ରୋଗୀ ରକ୍ତ ର ଅଭାବ ରେ ନ ମରିବେ ଓ ଯୁବ ରକ୍ତ ଦାତା ରକ୍ତ ଦାନ ସକାଶେ ଆଗକୁ ଆସିବେ ସେ ଉଦ୍ଦେଶ୍ୟ ରେ ଏ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି ବୋଲି ଜିଲ୍ଲା ରକ୍ତ ଦାତା ସେବା ସଂଘ ର ସଭାପତି ମନୋଜ ପଣ୍ଡା କହିଛନ୍ତି । ଏହି ରକ୍ତ ଦାନ ଶିବିର ରେ ଜିଲ୍ଲା ରକ୍ତ କେନ୍ଦ୍ର ର ଡାକ୍ତର ବିଶ୍ୱନାଥ ରଥ, ଜଗତ ଦରୁଆନ , ସୁବାସ ଚନ୍ଦ୍ର ପଣ୍ଡା ଓ ଯୁଧିଷ୍ଠିର ନାଏକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଗ୍ରାମର ମୁକେଶ ପାତ୍ର, ମାନସ ବଡ଼ପଣ୍ଡା, ପ୍ରକାଶ ସାହୁ, ବିଶ୍ଵାମିତ୍ର ଭୋଇ, ସୁଶାନ୍ତ ସାହୁ, ଗଣେଶ ସେଠୀ, କାଲିଆ ସେଠୀ, ବିମଳ ପ୍ରଧାନ, ସାରଥୀ ସେଠୀ, ଦୀନବନ୍ଧୁ ମେହେର, ଅର୍ଜୁନ ସାହୁ, ସର୍ଜିତ୍ ସେଠୀ, ବିକ୍ରମ ପ୍ରଧାନ, ଶାନ୍ତନୁ ସାହୁ, ରଞ୍ଜିତ  ସାହୁ, ଅଜିତ ସାହୁ,ଉମାକାନ୍ତ ପାଣ୍ଡେ , କିଶୋର ପ୍ରଧାନ , ରାଜେଶ୍ ସେଠୀ ପ୍ରମୁଖ ରକ୍ତ ଦାନ ଶିବିର ରେ ରକ୍ତ ଦାନ କରି ଥିଲେ । ଶେଷ ରେ ଜିଲ୍ଲା ରକ୍ତ ଦାତା ସଂଘ ର ସଭାପତି ମନୋଜ ପଣ୍ଡା ସମସ୍ତ୍ ରକ୍ତ ଦାତା ଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS