BREAKING
Loading...
:

ଚିଲିକାରେ ମହୁଳି ପବନ ହେବାରୁ ବୁଡ଼ିଲା ଡ଼ଙ୍ଗା


ଚିଲିକାରେ ମହୁଳି ପବନ ହେବାରୁ ବୁଡ଼ିଲା ଡ଼ଙ୍ଗା 



ଚିଲିକା (ମଣିଭଦ୍ରା ଖବର) ଚିଲିକାରେ ଡ଼ଙ୍ଗା ବୁଡ଼ିବା ଘଟଣା ଏବେ ନଜରକୁ ଆସୁଛି । କେତେବେଳେ ମସ୍ୟଜୀବିଙ୍କ ଡ଼ଙ୍ଗା ତ କେତେବେଳେ ଯାତ୍ରୀବାହୀ ଡ଼ଙ୍ଗା ବୁଡୁଛି। ସେହିଭଳି ଆଜି ଚିଲିକାରେ ବୁଡିଗଲା ମାଛଧରା ଡଙ୍ଗା। ମାଛ ଧରି ଫେରିବା ବେଳେ ବୁଡିଗଲା ଡଙ୍ଗା । ଭାସିଗଲା  ମାଛଧରା ଜାଲ, କିଳା, ମାଛ , ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ।  କାଳୁପଡାଘାଟ ଏବଂ ସୋରଣ ନିକଟ ଚିଲିକା ମଝିରେ ଘଟିଛି ଏହି  ଅଘଟଣ। ବୁଡିଯାଇଥିବା ଡଙ୍ଗା ହାଟବରଡି ଅଞ୍ଚଳର ବୋଲି ଜଣା ପଡ଼ିଛି । ଡଙ୍ଗାରେ ରହିଥିଲେ ୨ଜଣ ମତ୍ସ୍ୟଜୀବୀ । ବୁଡି ଯାଉଥିବା ବେଳେ  ଚିତ୍କାର କରିଥିଲେ ୨ ଜଣ ମତ୍ସ୍ୟଜୀବୀ । ନିକଟରେ ମାଛ ଧରୁଥିବା କଣାସ ବ୍ଲକ କଉଡିଖୁଣି ଗ୍ରାମର ରାଜ କିଶୋର ବେହେରା ପହଁଞ୍ଚି ସେମାନଙ୍କୁ ଉଦ୍ଧାର କରିଛନ୍ତି। ପ୍ରବଳ ମାତ୍ରାରେ ମଉଳି ପବନ ହେବା ଯୋଗୁଁ ହଠାତ୍ ଏହି ମାଛଧରା ଡଙ୍ଗାଟି ଓଲଟି ପଡିଥିଲା ।


Report-ଖୋର୍ଦ୍ଧା ଚିଲିକାରୁ ସଂଗ୍ରାମ ରଣା 

Post a Comment

أحدث أقدم
Header ADS