BREAKING
Loading...
:

ତିନି ଦିନିଆଁ ସଫେଇ ଶିବିର କୁ ଉଦଯାପିତ କଲେ ସ୍ୱଚ୍ଛ ଭାରତ ସଂଗଠନ

 ତିନି ଦିନିଆଁ ସଫେଇ ଶିବିର କୁ ଉଦଯାପିତ କଲେ ସ୍ୱଚ୍ଛ ଭାରତ ସଂଗଠନ



ସୁବର୍ଣ୍ଣପୁର  (ମଣିଭଦ୍ରା ଖବର)ଗତ 19 ତାରିଖ ଠାରୁ  ଆଜି ଯାଏ  ସ୍ୱଚ୍ଛ ଭାରତ ପକ୍ଷରୁ ଅନୁଷ୍ଠିତ ହେଉଥିବା ତେଲ ବ୍ରିଜ ର ପାଣି ଡ୍ରେନେଜ ପୋଲ ର ବାଲି ସଫେଇ ତିନି ଦିନିଆଁ ଅଭିଯାନ ଗତକାଲି ସକାଳ 6 ଟା ରେ ଉଦଯାପିତ କରାଯାଇଛି l ଗତ 19 ତାରିଖ ରୁ ଭୋର 5 ଟା ବେଳେ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର -ମନମୁଣ୍ଡା ପକ୍ଷରୁ ତେଲ ନଦୀ ବ୍ରିଜ ରେ ବାଲି ରେ ପୋତି ହୋଇଥିବା ପାଣି ନିଷ୍କାସନ ର ଶହ ଶହ ପୋଲ କୁ ସଫେଇ କରାଯାଇଛି l ଗତ  ଦୁଇ ତିନି ଦିନ ର ଏଇ ଆରମ୍ଭ ବର୍ଷା ରେ ସୁବର୍ଣ୍ଣପୁର ର ତେଲ ନଦୀ ରେ ଆଣ୍ଠୁଏ ପାଣି ଜମି ଯାଇ ଥିବାରୁ ସାଧାରଣ ଲୋକଙ୍କ ଓ ଯାନ ବାହନ ସବୁ ଯାତାୟାତ ବେଳେ ଘୋର ଅସୁବିଧା ର ସମ୍ମୁଖୀନ ହେବା ର ଖବର ପାଇ ସ୍ବେଛାସେବୀ ସଂଗଠନ ସ୍ୱଚ୍ଛ ଭାରତ ର  କର୍ମକର୍ତ୍ତା ସଂଗଠନ ପ୍ରତିଷ୍ଠାତା ସୟଦ ଅଲିମୁଲ ଇସଲାମ ଙ୍କ ନେତୃତ୍ୱ ରେ ବ୍ରିଜ ର ଛୋଟ ଛୋଟ ପୋଲ ସବୁ କୁ ସଫେଇ କରି ଜମିଥିବା ପାଣି କୁ ନିଷ୍କାସନ କରିଥିଲେ l ଯା ଦ୍ୱାରା କି ଲୋକେ ଏବେ ଆରାମ ରେ ଯିବା ଆସିବା କରୁଛନ୍ତି  ଓ ଖୁସି ବ୍ୟକ୍ତ କରିଛନ୍ତି l ଆଉ ଏଇ ସଚେତନତା ମାଧ୍ୟମରେ ଶହ ଶହ ବର୍ଷ ର ଏଇ ପୁରୁଣା ବ୍ରିଜ ର ମରାମତି, ଜମି ଥିବା ବାଲି ମାଟି ସଫେଇ ଓ ରକ୍ଷଣl ବେକ୍ଷଣ କରିବା ପାଇଁ  ଏନ ଏଚ ଡିଭିଜନ ସମେତ  ଉଭୟ ଜ଼ିଲ୍ଲା ର ଜ଼ିଲ୍ଲାପାଳ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏ ସଂଗଠନ l କିନ୍ତୁ 2014 ରୁ ଏହି ସ୍ବେଛାସେବୀ ସଂଗଠନ ଓ ସୋନପୁର ମନମୁଣ୍ଡା ଉଭୟ ସହର ର କିଛି ବୁଦ୍ଧିଜୀବୀ,ସ୍ବେଛାସେବୀ ଙ୍କ ଉଦ୍ୟମ ରେ ବ୍ରିଜ ର ଉଭୟ ପଟ ର ଖାଲ ନାଳ କୁ ଇଟା ପଥର ପେଚିଂ ସହ ବାଲି ମାଟି ସଫେଇ କରାଯାଉଛି l ଏଇ ତିନି ଦିନିଆଁ ସଫେଇ ଅଭିଯାନ ରେ ସଂଗଠନ ର ଗରିବ ଲୋଇ, ଅଶୋକ ହୋତା, ଇନ୍ଦୁମତୀ ପୁରୋହିତ,  ପୋଲିସ ଆର ଆଇ ପ୍ରଦ୍ୟୁମ୍ନ ପଟେଲ, ରାମଚନ୍ଦ୍ର ଆଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ମନୋରଞ୍ଜନ ତ୍ରିପାଠୀ, ଲଡ଼ୁ କିଶୋର ମଲ୍ଲିକ, ମନୋଜ ପଣ୍ଡା, ତରଣୀ ମେହେର,ପ୍ରତାପ ଦାଶ, ସିମାଞ୍ଚଳ ହୋତା, ଚୌଧିରୀ ବିଭାର, ନାରାୟଣ ରଥ, ଜୟନ୍ତ ବେହେରା, ଜୟ ନାରାୟଣ ସାହୁ, ଓ ନୂତନ ସଭ୍ୟ ପ୍ରତିମନ କର୍ଣ୍ଣ, ପ୍ରମୁଖ ସମସ୍ତ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l 



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS