ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ସରପଞ୍ଚଙ୍କ ସହ ଜିଲ୍ଲାପାଳଙ୍କ ବୈଠକ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ଡୁଙ୍ଗୁରିପାଲି ବ୍ଲକ ପ୍ରଶାସନ ଓ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ବ୍ଲକ ସଭା ଗୃହ ଠାରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ସହ ଜିଲ୍ଲାପାଳଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲପାଳ ଜିଲ୍ଲା ତଥା ବ୍ଲକ ସ୍ତରରେ ଶିଶୁ ସୁରକ୍ଷା ଓ ବାଲ୍ୟ ବିବାହ ସମ୍ପର୍କରେ ଉପସ୍ଥିତ ସରପଞ୍ଚ ଙ୍କ ସହ ବିଶେଷ ଆଲୋଚନା କରିଥିଲେ l ଜିଲ୍ଲାରେ ବାଲ୍ୟ ବିବାହ ଓ କିଶୋରୀ ମାତୃତ୍ୱ କୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସ୍ଥାନୀୟ ଜନପ୍ରତିନିଧି/ ସରପଞ୍ଚ ମାନଙ୍କ ସହଯୋଗ ଲୋଡ଼ିଥିଲେ l ଏହାସହିତ ଅଧାରୁ ପାଠ ଛାଡିଥିବା କିଶୋର କିଶୋରୀ ମାନଙ୍କୁ କିପରି ପୁନର୍ବାର ବିଦ୍ୟାଳୟ କୁ ଫେରାଇ ଅଣାଯିବ ତା ଉପରେ ଗୁରୁତ୍ୱlରୋପ କରିଥିଲେ l ବାଲ୍ୟ ବିବାହ ତଥା କିଶୋରୀ ମାତୃତ୍ୱକୁ ଗୁରୁତ୍ୱାରୋପ ପୂର୍ବକ ଜିଲ୍ଲାପାଳ ସରପଞ୍ଚ ମାନେ ନିଜ ନିଜ ପଞ୍ଚାୟତ ସ୍ତରରେ ବିଭିନ୍ନ ବୈଠକ ଅନୁଷ୍ଠିତ କରି ସଚେତନତା କରିବା ସହ ପ୍ରତିମାସ ନିଜ ପଞ୍ଚାୟତ ରେ କୌଣସି ବାଲ୍ୟ ବିବାହ ହେଉନାହିଁ ବୋଲି ପ୍ରମାଣପତ୍ର ପ୍ରଦାନ କରିବାକୁ ପରାମର୍ଶ କରିଛନ୍ତି ପୁନଶ୍ଚ ନିଜ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ହେଉ ଥିବା ପ୍ରତିଟି ବିବାହ ର ସମ୍ପୂର୍ଣ୍ଣ ତଥ୍ୟର ବିବରଣୀ ରଖିବାକୁ ପରାମର୍ଶ ଦେବା ସହିତ ଏହି ମହତ କାର୍ଯ୍ୟରେ ସମସ୍ତେ ଆନ୍ତରିକତାର ସହ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି l ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦାନ କରି ବାଲ୍ୟ ବିବାହ ର ଆଇନଗତ ଦିଗ ଓ ଶିଶୁ ଯୌନ ନିର୍ଯ୍ୟାତନା ଅଧୀନରେ ଆସୁଥିବା ଦଣ୍ଡ ବିଧାନ ଉପରେ ଆଲୋକପାତ କରି ସରପଞ୍ଚ ମାନଙ୍କ ସହଯୋଗ ରେ ପ୍ରଶାସନ ବାଲ୍ୟବିବାହ କୁ ଜିଲ୍ଲା ତଥା ବ୍ଲକ ରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ ବୋଲି କହିବା ସହ ବାଲ୍ୟ ବିବାହ ର ନିରାକରଣରେ ସ୍ଥାନୀୟ ଜନପ୍ରତିନିଧି ତଥା ସରପଞ୍ଚ ମାନଙ୍କ ଆବଶ୍ୟକତା କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡୁଙ୍ଗୁରିପାଲି ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ଅହଲ୍ୟା ସାହୁ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶ୍ରୀ ତ୍ରିପୁର ମହାନନ୍ଦ , ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଗୌରମଣୀ ହାଁସଦା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସି ଡି ପି ଓ, ଜୟନ୍ତୀ ଗଡତିଆ ତଥା ବ୍ଲକ ଅନ୍ତର୍ଗତ ସମସ୍ତ ସରପଞ୍ଚ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ ପୂର୍ବକ ନିଜ ନିଜର ମତାମତ ପ୍ରଦାନ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment