BREAKING
Loading...
:

ତିଲେଇମାଲ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହତ

  ତିଲେଇମାଲ ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା, ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୬ ଆହତ l 

ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

 


ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ତିଳେଇମାଲ ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନକୁ ନେଇ ବିଦ୍ୟାଳୟ ରେ ସରପଞ୍ଚଙ୍କ ଗୋଷ୍ଠୀ କିଛିଦିନ ପୁର୍ବେ ତାଲା ପକାଇବା ପରେ ସୋମବାର ଅପରାହ୍ନ ୪ଟା ସମୟରେ  ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୬ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ତିଲେଇମାଲ ଗ୍ରାମରେ ଗତ ପଞ୍ଚାୟତ ନିର୍ବାଚନରେ ଗ୍ରାମର ପ୍ରାର୍ଥୀଙ୍କୁ ସମର୍ଥନ ନ ଜଣାଇବାରୁ ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ ରଣା ଓ ତାଙ୍କର କେତେକ ସମର୍ଥକ କୁନି ରଣାଙ୍କ ପରିବାରକୁ ବିସ୍ଥାପିତ କରି ତାଙ୍କର ରୟତି ଜମିରେ ସ୍କୁଲ ନିର୍ମାଣ କରିବାକୁ ମସୁଧା ଚଳାଇ ସୋମବାର ଅପରାହ୍ନ ୪ଟା ସମୟରେ ଗ୍ରାମର ପ୍ରମୋଦ ରଣା, ଗୟା ରଣା, ଆନନ୍ଦ ରଣା, ଉମେଶ ରଣା, ବଲ୍ଲଭ ରଣା, ପ୍ରେମାନନ୍ଦ ରଣା, ନରସିଂହ ରଣା, ପୁରନ୍ଦର ରଣା ଓ ବୀର ରଣା ମିଶି ମାଡ଼ ମାରିଥିବା କୁନି ସୋମବାର ରାତି ୮ଟାରେ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।କୁନି ରଣାଙ୍କ ସ୍ଵାମୀ ଅଧି ରଣା, ପୁଅ ରାମ କୁମାର ରଣା, ଏକାମ୍ର ରଣା, କାହ୍ନୁ ରଣା ଏହି ଗଣ୍ଡଗୋଳରେ ଆହତ ହୋଇ କଣ୍ଟାମାଳ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ଗ୍ରାମର ଅନ୍ୟ ଏକ ଯୁବକ ପ୍ରକାଶ ରଣାଙ୍କ ହାତ ଭାଙ୍ଗିଯାଇଥିବା ଏତଲାରେ ଦର୍ଶାଯାଇଛି। ବିପକ୍ଷ ଗୋଷ୍ଠୀ ପକ୍ଷରୁ ପ୍ରମୋଦ ରଣା ମଧ୍ଯ ଆହତ ହୋଇଥିବା ଅନ୍ୟ ଏକ ଅଭିଯୋଗ କଣ୍ଟାମାଳ ଥାନାରେ ହୋଇଥିବା ଜଣାପଡିଛି। ରେଙ୍ଗାଲି ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ପ୍ରମୋଦ ରଣା କଣ୍ଟାମାଳ ବିଧାୟକ ମହୀଧର ରଣାଙ୍କ ପାଖ ଲୋକ ହୋଇଥିବାରୁ ପୁଲିସ ଉପରେ ଚାପ ପକାଇ ତଦନ୍ତକୁ ବାଟବଣା କରିବାର ଆଶଙ୍କା କରିଛନ୍ତି ଅଭିଯୋଗକାରୀ କୁନି ରଣା। ଏ ସମ୍ପର୍କରେ କଣ୍ଟାମାଳ ଡିଏସପି ତପସ୍ବିନୀ କଅଁରଙ୍କୁ ପଚାରିବାରୁ ଉଭୟ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଥିବରୁ ୨ଗୋଷ୍ଠୀଙ୍କ ବିରୁଦ୍ଧରେ ପ୍ରୁଥକ ପ୍ରୁଥକ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି। 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS