BREAKING
Loading...
:

ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ସୁବର୍ଣ୍ଣପୁର ଟାଉନ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

 ମନ୍ତ୍ରୀ ପ୍ରଦୀପ ଅମାତ ଙ୍କୁ ସୁବର୍ଣ୍ଣପୁର ଟାଉନ ବିଜେଡି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା 



ସୁବର୍ଣ୍ଣପୁର ( ମଣିଭଦ୍ରା ଖବର)ଆଜି ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଟାଉନ ବିଜେଡି ପକ୍ଷରୁ ରାଜ୍ୟ ଜଙ୍ଗଲ ଓ ପରିବେଶ, ପଞ୍ଚାୟତ ରାଜ, ଓ ସୂଚନା  ଲୋକ ସମ୍ପର୍କ ବିଭଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  ରାଜ୍ୟ ପ୍ରାକ୍ତନ ମସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ ଙ୍କ ନେତୃତ୍ୱ ରେ ଯୁବନେତା ବିଜୟ ରାଏଗୁରୁ,  ସତ୍ୟ ନାରାୟଣ ତ୍ରିପାଠୀ, ମାନ ଭଂଜନ ବେଦବାକ, ଆନନ୍ଦ ପାତ୍ର, ମନୋରଞ୍ଜନ ତ୍ରିପାଠୀ, ସନ୍ତୋଷ ମିଶ୍ର, ମହାଦେବ ମଲ୍ଲିକ, ଗୋପାଳ ମେହେର, ମିନୁ ସେଠି ପ୍ରମୁଖ  ଅନେକ ଦଳୀୟ କର୍ମୀ ଯୋଗ ଦେଇଥିଲେ l ପରେ ପରେ ଜ଼ିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଉଲୁଣ୍ଡା ବ୍ଲକ ର ବରିଷ୍ଠ ନେତା କୃତିବାସ ମିଶ୍ର, ଉତ୍ତର ପାତ୍ର, ଝସ କେତନ ବଘାର ଙ୍କ ସମେତ ଦଳୀୟ ସମର୍ଥକ ଓ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ବହୁ ଦଳୀୟ ନେତା ଯୋଗ ଦେଇ ବିଭିନ୍ନ ଆଲୋଚନା କରିଥିଲେ l ବଲାଙ୍ଗୀର ଜ଼ିଲ୍ଲା ର ବରିଷ୍ଠ ନେତା ଲକ୍ଷ୍ମଣ ମେହେର ଙ୍କ ସମେତ ବହୁ ସମର୍ଥକ ଓ ବୌଦ୍ଧ ଜ଼ିଲ୍ଲା ର ଛନ୍ଦା ଚରଣ ମେହେର, ସମୀର ଖଟୁଆ, ଜିତେନ୍ଦ୍ର ଦେହୁରୀ, ବୀରେନ୍ଦ୍ର ଦେହୁରୀ ଙ୍କ ସମେତ ବହୁ ନେତା ମନ୍ତ୍ରୀ ଶ୍ରୀ ଅମାତ ଙ୍କୁ ଭେଟି ସ୍ୱାଗତ କରି ବିଭିନ୍ନ ଆଲୋଚନା କରିଥିଲେ l



ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS