ପଞ୍ଚାୟତରାଜ ମନ୍ତ୍ରୀଙ୍କୁ ବୌଦ୍ଧ ବ୍ଲକ ରେ ଭବ୍ୟ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଓଡ଼ିଶାର ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟଜଳ,ଜଙ୍ଗଲ ଓ ପରିବେଶ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ୍ କୁମାର ଅମାତଙ୍କୁ ନିଜସ୍ୱ ବ୍ଲକ ବୌଦ୍ଧ ପଞ୍ଚାୟତ ସମିତି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରଥମେ ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ସେଠାରୁ ବିଶାଳ ଶୋଭାଯାତ୍ରାରେ ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା । କାର୍ଯ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମନ୍ତ୍ରୀ ଶ୍ରୀଅମାତଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ସଭାରେ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ୱାର୍ଡସଭ୍ୟ, ସିଡିପିଓ,ଅଙ୍ଗନବାଡି କର୍ମୀ ଓ ଗ୍ରାମବାସୀମାନେ ଯୋଗଦେଇ ମନ୍ତ୍ରୀଙ୍କୁ ଶୁଭେଛା ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀଅମାତ ନିଜସ୍ୱ ବ୍ଲକରେ ପ୍ରଥମେ ସମ୍ବର୍ଦ୍ଧିତ ହୋଇଥିବାରୁ ଖୁସିବ୍ୟକ୍ତ କରିଥିଲେ ଏବଂ ନିଜସ୍ୱ ବ୍ଲକକୁ ସବୁ କ୍ଷେତ୍ରରେ ପ୍ରାଥମିକତା ଦେବେ ବୋଲି ପ୍ରକାଶ କରିଥିଲେ । ପଞ୍ଚାୟତିରାଜ ପ୍ରତିନିଧିମାନେ ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝି ତାହାର ସମାଧାନ କରିବାକୁ ମନ୍ତ୍ରୀ ଶ୍ରୀଅମାତ ପରାମର୍ଶ ଦେଇଥିଲେ । ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର, ବ୍ଲକ ଉପାଧ୍ୟକ୍ଷା ପାନେଶ୍ୱରୀ ଦେହୁରୀ ପ୍ରମୁଖ ଯୋଗଦେଇଥିଲେ । ସଭାରେ ଭାରପ୍ରାପ୍ତ ବିଡିଓ ବିଜୟ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏବିଡିଓ ପ୍ରମୋଦ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ସିଂହ ଏବଂ ଉପ ବିଭାଗ ଅଧିକାରୀ ବୁଲୁ ପାଢି ଓ ବ୍ଲକ ସାମାଜିକ ସୂରକ୍ଷା ଅଧିକାରୀ ସାନନ୍ଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق