BREAKING
Loading...
:

୫_ଟି ସଚିବଙ୍କୁ ଭେଟିଲେ ଗଣିଆ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

 ୫_ଟି ସଚିବଙ୍କୁ ଭେଟିଲେ ଗଣିଆ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ





ଭୂବନେଶ୍ବର ୦୮/୦୬(ମଣିଭଦ୍ରା ଖବର) ଗଣିଆ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ବ୍ଳକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ବୁଧବାର ଅପରାହ୍ନରେ ୫_ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ସାକ୍ଷାତ କରିଛନ୍ତି । ବ୍ଳକର ଶିକ୍ଷା, ସ୍ବାସ୍ଥ୍ୟ ପାନୀୟ ଜଳ ଓ ଗମନାଗମନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଅଧ୍ୟକ୍ଷା ଝୁନା ଜେନା ଓ ଉପାଧ୍ୟକ୍ଷ ରାଜକିଶୋର ସାହୁ । ଗଣିଆ ବ୍ଲକର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀ ଗୁଡିକୁ ପୂରଣ କରିବା ନିମନ୍ତେ ସଚିବଙ୍କୁ ନିବେଦନ କରିଥିଲେ । ସଚିବଙ୍କୁ ଭେଟି ଗଣିଆ ବ୍ଲକର ଦୁଃଖ ଜଣାଇବାରେ ଗଣିଆ ବ୍ଳକ ଅଧ୍ୟକ୍ଷା ପ୍ରଥମ ବୋଲି ଜଣାପଡିଛି । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେବ ଡାକ୍ତର ସମସ୍ୟା ଲାଗି ରହିଥିବାରୁ ସେଥିପ୍ରତି ବ୍ଳକ ଅଧ୍ୟକ୍ଷା ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୫_ଟି ସଚିବଙ୍କୁ ଭେଟି ବ୍ଳକର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବାରୁ ବ୍ଳକ ଅଧ୍ୟକ୍ଷାଙ୍କୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବା ଜଣାପଡ଼ିଛି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS