BREAKING
Loading...
:

ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ :

 ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କ ଦ୍ୱାରା ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ :

ଆଗାମୀ ଦିନରେ ଜିଲ୍ଲାର କୌଣସି ତନ୍ତ  କଂକ୍ରିଟ କରଣ ବିନା ରହିବ ନାହିଁ - ଜିଲ୍ଲାପାଳ,



ସୁବର୍ଣ୍ଣପୁର,,, ମଣିଭଦ୍ରା ଖବର

ଅଦ୍ୟ ଦିନ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଦ୍ୱାରା ଓରମାସ ତାଲିମ କେନ୍ଦ୍ର, ସୋନପୁର ଠାରେ ଏକ ପ୍ରାକୃତିକ ରଙ୍ଗ ତାଲିମ ଶିବିର ଉଦଘାଟିତ ହୋଇଯାଇଛି l ଏହି ତାଲିମ ଶିବିର ୪୫ ଦିନ ଧରି ଚାଲିବ l ଏହି ପ୍ରାକୃତିକ ରଙ୍ଗ ତାଲିମ ପାଇଁ ୨0 ଜଣ ହିତାଧିକାରୀଙ୍କୁ ପୂର୍ବରୁ ଚୟନ କରାଯାଇଥିଲା l ଶିବିର ର ମୂଳ ଲକ୍ଷ୍ୟ ଓ ଉଦେଶ୍ୟ କୁ ସାକାର କରିବାକୁ ଜିଲ୍ଲାର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ଯେପରି ସୁନିଶ୍ଚିତ କରିବେ ତତସହ ଗ୍ରାହକ ମାନଙ୍କୁ ଆଗାମୀ ଦିନରେ ସ୍ୱାସ୍ଥ୍ୟ ଉପଯୋଗୀ ଲୁଗା ଯୋଗାଇଦେବା  ସହ ହିତାଧିକାରୀ ଯେମିତି ସଠିକ ଭାବରେ ତାଲିମ ପାଇପାରିବେ ସେ ଉପରେ ଜିଲ୍ଲପାଳ ଗୁରୁତ୍ୱାରୋପ କରିଛନ୍ତି l ପୁନଶ୍ଚ ଆଗାମୀ ଦିନରେ ଜିଲ୍ଲାରେ କୌଣସି ତନ୍ତ ଯେପରି ବିନା କଂକ୍ରିଟ ରେ ନ ରହିବ ତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ  ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ନରୱଣେ l ଜିଲ୍ଲରେ ପ୍ରଥମେ ୨0 ଗୋଟି ତନ୍ତ ରେ ପ୍ରାକୃତିକ ରଙ୍ଗରେ ରଂଗାୟିତ ଲୁଗା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଓ ପରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ତନ୍ତ ସଂଖ୍ୟା କୁ ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ବୈଠକରେ ସୂଚିତ କରିଛନ୍ତି l ଓଡିଶା ବୟନ ଶିଳ୍ପ ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀ ପ୍ରସନ୍ନ କୁମାର ଗନ୍ତାୟତ, ଉପନିର୍ଦେଶକ ବୟନ ଶିଳ୍ପ,କେ ବି କେ ଡିଭିଜନ, କୋରାପୁଟ,ଶ୍ରୀ ଶିଶିର କୁମାର ନାଗ,ଉପନିର୍ଦେଶକ ତଥା ମ୍ୟାନେଜିଙ୍ଗ ଡାଇରେକ୍ଟର ସମ୍ବଲପୁରୀ ବାସ୍ତ୍ରାଳୟ,ବରଗଡ଼,ଶ୍ରୀ ଶାନ୍ତନୁ କୁମାର ମେହେର, ଉପନିର୍ଦେଶକ, ବୟନ ଶିଳ୍ପ ସୋନପୁର,ଶ୍ରୀ ଯୁବରାଜ ସାହୁ, ଜିଲ୍ଲା ଓରମାସ ଅଧିକାରୀ ସୋନପୁର,ଶ୍ରୀ ହେମନ୍ତ କୁମାର ମିଶ୍ର,ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବାସ୍ତ୍ରାଳୟ ବରଗଡ଼,ଶ୍ରୀ ସଂପୂର୍ଣ୍ଣା ନନ୍ଦ ପ୍ରଧାନ, ସମ୍ପାଦକ, ସମ୍ବଲପୁରୀ ବାସ୍ତ୍ରାଳୟ ବରଗଡ଼,ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS