ଜିଲ୍ଲାପାଳଙ୍କ ଦ୍ୱାରା ତୀରନ୍ଦାଜୀ ସମ୍ବର୍ଦ୍ଧିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗତ 22/5/22 ତାରିଖ ଠାରୁ 25/5/22 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ର ରାଜମୁନ୍ଦ୍ରି ଠାରେ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଏନ ଟି ପି ସି ଜାତୀୟ ତୀରନ୍ଦାଜ ଚାମ୍ପିଆନସିପ ରେ 9 ବର୍ଷରୁ କମ ( ବାଳିକା ) ବର୍ଗରେ ଅଂଶଗ୍ରହଣ କରିଥିବା ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସୁଶ୍ରୀ ସାଇଲକ୍ଷ୍ମୀ ନାଏକ ଓ ସ୍ପୋନାଶ୍ରୀ ନାଏକ ଙ୍କୁ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଆଜି ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି l ଆଗାମୀ ଦିନରେ ତୀରନ୍ଦାଜ କ୍ଷେତ୍ରରେ ଅଧିକ ସୁନାମ ଆଣି ବୌଦ୍ଧ କୁ ଗର୍ବିତ କରିବା ପାଇଁ ସେ ଖେଳାଳୀ ଦ୍ଵଜଙ୍କୁ ଉତ୍ସାହିତ କରିଥିଲେ l ସମ୍ବର୍ଦ୍ଧନା ବେଳେ ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘ ର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ଦଳବେହେରା, ସମ୍ପାଦକ ଅର୍ଜୁନ କହଁର, ଇନ୍ଦ୍ରମଣି ମେହେର , ସଞ୍ଜୟ ନାଏକ, ଶ୍ରୀମତୀ ବିଜୟ ଲକ୍ଷ୍ମୀ ଜୀଉ ପ୍ରମୁଖ ଉପସ୍ଥିତ ଥିଲେ l
ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق