ପାଣି ମୋଟର ତାର ଚୋରି ଅଭିଯୋଗ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁକତେଲ ନଦୀ ରୁ ଯାଇଥିବା କୁଟଶିରା ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ ନଦୀ ଖଣ୍ଡି ରେ ଥିବା ଫମ୍ପ ହାଉସରେ ମୋଟରକୁ ସଂଯୋଗ ହୋଇଥିବା 3 ଫେଜ୍ ତାରକୁ କେହି ଦୁର୍ବୃତ୍ତ ଗତ 23 ତାରିଖ ରାତିରେ ଚୋରି କରି ନେଇଯାଇଛନ୍ତି। ଏନେଇ କୁଟଶିରା ଗ୍ରାମର ମୋଟର ଚାଳକ ବ୍ୟାସଦେବ ମିଶ୍ର ତରଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି.l .. ସୂଚନା ଥାଉ କି ନଦୀ ଆର ପଟରେ ଥିବା ରମ୍ଭା ସିଣ୍ଢୋଲ୍ ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ରୁ ମଧ୍ୟ ସେହି ରାତିରେ ବହୁତ୍ ଗୁଡିଏ ତାର ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି l ପୋଲିସ ତଦନ୍ତ କଲେ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment