ଛାମୁଣ୍ଡିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଟାଓ୍ବାର ନିର୍ମାଣ ପାଇଁ ସର୍ଭେ କାର୍ଯ୍ୟ ତଦାରଖ କଲେ ବିଧାୟକ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମୋବାଇଲ ଟାୱାର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବିଭିନ୍ନ ସମୟରେ ଜନସାଧାରଣଙ୍କ ତରଫରୁ ଅଭିଯୋଗ ହୋଇ ଆସୁଥିଲା । ତେବେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ରେ RELIANCE JIO COMPANY ର ବରିଷ୍ଠ କର୍ମକର୍ତ୍ତା ଆଜି ଉକ୍ତ ଅଞ୍ଚଳ ରେ ପହଞ୍ଚି ଟେଲିଫୋନ ଟାୱାର ପ୍ରତିଷ୍ଠା କରିବା ପାଇଁ ସର୍ଭେ କାର୍ଯ୍ୟ ତ୍ଵରାନିତ କରିଛନ୍ତି । ଖୁବ୍ ଶୀଘ୍ର ଉକ୍ତ ଅଞ୍ଚଳରେ ଟେଲିଫୋନ ଟାଓ୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି । ଆଜିର ସର୍ଭେ କାର୍ଯ୍ୟକ୍ରମରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ସଦାଶିବ ମିଶ୍ର, ରିଲାଏନ୍ସ ଜିଓ କମ୍ପାନୀର ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଟାଓ୍ବାର ସର୍ଭେ କାର୍ଯ୍ୟ ଆରମ୍ଭ ହେବା ଖବର ଶୁଣିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଜନସାଧାରଣଙ୍କ ତରଫରୁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment