BREAKING
Loading...
:

ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦର କର୍ମକର୍ତ୍ତା ମନୋନୟନ l

 ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦର କର୍ମକର୍ତ୍ତା ମନୋନୟନ 



ସୁବର୍ଣ୍ଣପୁର,,( ମଣିଭଦ୍ରା ଖବର ),

     ଗତକାଲି ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧର ଆମ୍ବଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଢେଣମାଲ ଗ୍ରାମର କୁସୁମ ବଣିଠାରେ ପରିଷଦର ଉପଦେଷ୍ଟା ଶ୍ରୀଯୁକ୍ତ ଗୁରୁ ରତ୍ନାକର ଦାସଙ୍କ ସଭାପତିତ୍ବରେ ଆମ୍ବଗାଁ,ଉମା ଓ ଖୁଣ୍ଟିଗୋରା ତିନୋଟି ଗ୍ରାମ ପଞ୍ଚାୟତର କର୍ମକର୍ତ୍ତା ମନୋନୟନ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀଯୁକ୍ତ ନବୀନ କୁମାର ଭଏନା ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦ,ବୌଦ୍ଧର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନନ୍ଦ, ସମ୍ମାନିତ ଅତିଥି ପରିଷଦର ଜିଲ୍ଲା ବରିଷ୍ଠ ସଦସ୍ଯ ତଥା ଶିକ୍ଷାବିତ ଶ୍ରୀଯୁକ୍ତ କ୍ଷେତ୍ରବାସୀ ଭୋଇ,ପରିଷଦର ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ଶେଷଦେବ ବେହେରା,ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଗନ୍ଧର୍ବ ସାଗର, ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀଯୁକ୍ତ ଅଲେଖ ବେହେରା,ସମାଜ ସେବୀ ତଥା ବରିଷ୍ଠ ସଦସ୍ଯ ଶ୍ରୀଯୁକ୍ତ ରାମଦାସ ଜଗଦଳା,ବରିଷ୍ଠ ସମାଜ ସେବୀ ଗୌର ଚରଣ ନାଏକ, ପଲସାଗୋରା ଗ୍ରାମ ପଞ୍ଚାୟତର ସଭାପତି ଶ୍ରୀଯୁକ୍ତ ନରେନ୍ଦ୍ର ଦୀପ,ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ପଦ୍ମନାଭ ମୁନା, ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଅର୍ଛୁ ଦୀପ,ବରିଷ୍ଠ ସମାଜ ସେବି ପରମେଶ୍ବର ହରିପାଲ, ବରିଷ୍ଠ ସମାଜ ସେବୀ ବିରଞ୍ଚି ମୁନା,ବରିଷ୍ଠ ସମାଜ ସେବୀ ଭଗବାନ ମୁନା,ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ କାଳିନ୍ଦୀ ବିଭାର, ବରିଷ୍ଠ ସମାଜ ସେବୀ ଶୀଯୁକ୍ତ ଲାଲଚାନ୍ଦ ବିଭାର, ଶିକ୍ଷାବିତ ଶ୍ରୀଯୁକ୍ତ ମହେନ୍ଦ୍ର ସୁନା,ଶ୍ରୀମତ କୁମ୍ଭାର, ଯୁବସମାଜ ସେବୀ ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ,ସର୍ବ ପ୍ରଥମେ ବିଶ୍ବ ରତ୍ନ,ସମ୍ବିଧାନ ପ୍ରଣେତା,ସମାଜ କ୍ରାନ୍ତିକାରୀ ସ୍ବାଧୀନତା ସଂଗ୍ରାମୀ ଡଃ.ଭୀମରାଓ ରାମଜୀ ଆମ୍ବେଦକର, ସମାଜ ସେବୀ ସ୍ବର୍ଗତ ଫକିର ନାଗ, ସମାଜ ସେବୀ ସ୍ବର୍ଗତ ମହାନ୍ତି ମୁନା, ସମାଜ ସେବୀ ସ୍ବର୍ଗତ ଟିକେଧର ବିଭାର,ସମାଜ ସେବୀ ସ୍ବର୍ଗତ ଜୁଗଳ ବିଭାରଙ୍କ ଫୋଟୋ ଚିତ୍ର ସମ୍ମୁଖରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା। ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସଭାର ଉଦ୍ଦେଶ୍ୟ ବିଷୟରେ ସଭାପତି ଗୁରୁ ଶ୍ରୀ ରତ୍ନାକର ଦାସ ମହାରାଜ ସଭା ସଦ ବର୍ଗଙ୍କୁ ବୁଝାଇ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନନ୍ଦ ଓ ସମ୍ମାନିତ ଅତିଥି ଶ୍ରୀଯୁକ୍ତ କ୍ଷେତ୍ରବାସୀ ଭୋଇ ଉଭୟ ନିଜ ନିଜ ରଚନାରୁ ଏକ ସଂଗଠନ ମାଧୟମରେ ଅଧିକାର ହାସଲ କିପରି ହୋଇପାରିବ ତାର ସଚେତନତାର ବାର୍ତ୍ତା ସୁନ୍ଦର କବିତା ମାଧ୍ୟମରେ ଏବଂ ଗିତଗାଇ ସଭାସଦଙ୍କୁ ଉତ୍ସାହିତ କରି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହାସହ ଅନ୍ୟତମ ସମ୍ମାନିତ ଅତିଥିମାନେ ଶ୍ରୀ ଶେଷଦେବ ବେହେରା,ଶ୍ରୀ ରାମଦାସ ଜଗଦଳା,ସଂଗଠନକୁ ମଜଭୁତ କରିବା ସହ ତାର ସୁଫଳ ରୂପାୟଣ ଉପରେ ମତ ପୋଷଣ କରିଥିଲେ। ଏହାପରେ ମନୋନୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା ଏବଂ ଏଥିରେ ଶିକ୍ଷାବିତ ଶ୍ରୀଯୁକ୍ତ ମହେନ୍ଦ୍ର ସୁନା,ଶ୍ରୀଯୁକ୍ତ ମଦନ ସୁନ୍ଦର ହରିପାଲ ସହଯୋଗ କରିଥିଲେ । ଖୁବ ଶାନ୍ତି ଶୃଙ୍ଖଳା ସହିତ ପରିଷଦର ଶାଖା ତଥା ତିନୋଟି ଗ୍ରାମ ପଞ୍ଚାୟତର ୨୮ ଜଣ ଲେଖାଏଁ କର୍ମକର୍ତ୍ତାଙ୍କୁ ମନୋନୀତ କରାଯାଇଥିଲା ଏବଂ ବାବା ସାହେବଙ୍କ ପ୍ରତିଛବି ସମ୍ମୁଖରେ ନବ ନିର୍ବାଚିତ/ ମନୋନୀତ କର୍ମକର୍ତ୍ତାମାନଙ୍କୁ ପରିଷଦର ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ନବୀନ କୁମାର ଭଏନାଙ୍କ ଦ୍ବାରା ଶପଥ ପାଠ କରାଯାଇଥିଲା।


ଉକ୍ତ ସଭାରେ,ରାମଦାସ ସୁନା,ଚିନ୍ତାମଣି ହରିପାଲ,ଡୋଳାମଣୀ ସେନାପତି,କିର୍ତ୍ତନ ଦୀପ,ଜଳେଶ୍ବର କୁମ୍ଭାର,ଦିଲିପ ବିଶ୍ବାଳ, ପ୍ରଦୀପ ତାଣ୍ତି,ଶରତ ବିଭାର,ପପୁ ବିଭାର,ସୁବାସ ବିଭାର,ଶତପଥୀ ବିଭାର,ଟିକଚନ ବାଘ,ଘନ ମୁନା,ଶଙ୍କର ମୁନା,ବୃନ୍ଦାବନ ମୁନା,ସୁବାସ ମୁନା, ଶୁଶିଲ,ବିଭୁ,ପ୍ରଦୀପ,ପଞ୍ଚାଙ୍କ ସହ ପ୍ରାୟ ‍୫୦୦ ଶହ ଜଣ ସମାଜ ସେବୀ,କର୍ମକର୍ତ୍ତା ଉପସ୍ଥିତ ରହି ମନୋନୟନ ସଭାରେ ଭାଗ ନେଇଥିଲେ।


ଶେଷରେ ମଦନ ସୁନ୍ଦର ହରିପାଲ ଅତିଥି ଓ ଉପସ୍ଥିତ ଥିବା ସମସ୍ତ ଭଦ୍ର ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଇଥିଲେ l  ପରେ ସଭାପତିଙ୍କ ଦ୍ବାରା ସଭା ସାଙ୍ଗ କରାଯାଇଥିଲା । 




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS