ବିବାହର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନରେ ଶରୀର ଦାନ ପାଇଁ ସଂକଳ୍ପ କଲେ ରାଧାମାଧବ ବହିଦାର ଦମ୍ପତି l
ସୁବର୍ଣ୍ଣପୁର,,( ମଣିଭଦ୍ରା ଖବର ),ନିଜ ବିବାହ ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକ ପାଳନ କୁ ନିଆରା ଭାବରେ ପାଳନ କରି ସମାଜ ପାଇଁ ଉଦାହରଣ ସୄଷ୍ଠି କଲେ ରାଧାମାଧବ ବହିଦାର l ନିଜ ବିବାହର ସୁବର୍ଣ୍ଣ ଜୟନ୍ତୀ ବର୍ଷ ପାଳନକୁ ସ୍ମରଣୀୟ କରିବାକୁ ଯାଇ ସମ୍ବଲପୁର ସହରର ରାଧାମାଧବ ବହିଦାର ମୄତ୍ୟୁ ପରେ ଶରୀର ଦାନ କରିବା ପାଇଁ ସଂକଳ୍ପ କରିଛନ୍ତି I ବର୍ତ୍ତମାନ ବହୁ ସଚେତନତା କାର୍ଯ୍ୟକ୍ରମ ପରେ ମଧ୍ୟ ସାଧାରଣରେ ମୄତ୍ୟୁ ପରେ ଶରୀର ଦାନ କରିବା ନେଇ ଯେତେ ପରିମାଣରେ ଜନଜାଗରଣ ସୄଷ୍ଠି ହେବା କଥା ତାହା ହୋଇ ପାରିନାହିଁ । ଏପରି ସ୍ଥଳେ ନିଜ ବିବାହ ର ସୁବର୍ଣ୍ଣ ଜୟନ୍ତୀ ବର୍ଷ ରେ ଜନସାଧାରଣ ଙ୍କୁ ମୄତ୍ୟୁ ପରେ ନିଜ ନିଜର ଶରୀର କୁ ମେଡ଼ିକାଲ ଛାତ୍ରଛାତ୍ରୀ ଙ୍କ ଅଧ୍ୟୟନ ପାଇଁ ଦାନ କରିବା ନେଇ ସଚେତନତା ସୄଷ୍ଠି ପାଇଁ ନିଜେ ସଂଙ୍କଳ୍ପ କରିଛନ୍ତି ରାଧାମାଧବ l ସମ୍ବଲପୁର ସହରରେ ଶରୀର ଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ଉତ୍ସର୍ଗ କୁ ନିଜେ ରାଧାମାଧବ ଯୋଗାଯୋଗ କରି ମୄତ୍ୟୁ ପରେ ନିଜ ଶରୀରକୁ ବୁର୍ଲା ଭିମସାର ମେଡ଼ିକାଲ କଲେଜ ଛାତ୍ରଛାତ୍ରୀ ଙ୍କ ଅଧ୍ୟୟନ ପାଇଁ ଦାନ କରିବା ନେଇ ସଂଙ୍କଳ୍ପ କରିବା ସହ ଏଥିପାଇଁ ଉଦ୍ଧିଷ୍ଟ ଆଇନଗତ ଇଚ୍ଛାପତ୍ର ରେ ଗତକାଲି ସ୍ଵାକ୍ଷର କରି ଉତ୍ସର୍ଗ ସଂଗଠନ କୁ ପ୍ରଦାନ କରିଛନ୍ତି l ସମ୍ବଲପୁର ସହର ରେ ନିଜର ବିବାହ ର ସୁବର୍ଣ୍ଣ ଜୟନ୍ତୀ ପାଳନ ଦିନ ଏପରି କାର୍ଯ୍ୟକୁ ସାଧାରଣ ରେ ପ୍ରଶଂସା କରାଯାଉଛି । ଏପରି କାର୍ଯ୍ୟ ଦ୍ୱାରା ମେଡ଼ିକାଲ ଛାତ୍ରଛାତ୍ରୀ ଙ୍କ ପାଠପଢା ରେ ଏହା ସହାୟକ ହେବା ସହ ଲୋକଙ୍କ ମଧ୍ୟରେ ମୄତ୍ୟୁ ପରେ ଶରୀର ଦାନ କରିବା ନେଇ ନୂଆ ପରମ୍ପରା ସୄଷ୍ଠି ହେବା ସହ ଅଧିକ ଜନ ଜାଗରଣ ସୄଷ୍ଠି ହୋଇପାରିବବୋଲି ଆଶା କରାଯାଉଛି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق