BREAKING
Loading...
:

ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟର ସ୍ଥାପନ l


 ସୁବର୍ଣ୍ଣପୁର ଜିଲ୍ଲାରେ ଓଡିଶାର ପ୍ରଥମ ଶସ୍ୟ ଭିତ୍ତିକ ଇଥାନଲ୍ ପ୍ଲାଣ୍ଟ ର ସ୍ଥାପନ l 


 ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଠାରେ ମାଶ୍ ବାୟୋ-ଫୁଏଲ୍ସ୍ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ଶସ୍ୟ ଭିତ୍ତିକ ଇଥାନେଲ ଗ୍ୟାସ ପ୍ଲାଣ୍ଟ ର ସ୍ଥାପନ କରାଯାଇଛି l ଆଭାସୀ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉକ୍ତ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ  ପାଣିମୁରା ପ୍ରକଳ୍ପ ସ୍ଥାପନ ସ୍ଥାନରେ ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ଜିଲ୍ଲପାଳ ଆବୋଲୀ ସୁନିଲ ନରୱଣେ, ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ତରଭା ବ୍ଲକ ଅଧ୍ୟକ୍ଷ ଶ୍ରୀ ସରୋଜ କମ୍ପ, ଅଧ୍ୟକ୍ଷ 'ମାସ' ଅନିଲ କୁମାର କାନୋଡିଆ, ପରିଚାଳନା ନିର୍ଦେଶକ ନିଶ୍ଚିନ୍ତ ଏ କାନୋଡିଆ ପ୍ରମୁଖ ଉପସ୍ଥିତ ରହି ଶିଳାନ୍ୟାସର ଉଦଘାଟନ କରିଥିଲେl ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଏହି ପ୍ରଦୂଷଣ ମୁକ୍ତ ପ୍ଲାଣ୍ଟ ସ୍ଥାପନ କୁ ସ୍ୱାଗତ କରିବା ସହିତ ସରକାରଙ୍କ ଜିଲ୍ଳା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ l କାରଖାନା ସ୍ଥାପନ ଯୋଗୁଁ ଜିଲ୍ଲାରେ ଅନେକ କର୍ମନିଯୁକ୍ତି ସୃଷ୍ଟି ହେବା ସହ ଜିଲ୍ଲାର କୃଷକ ମାନଙ୍କ ଅଭିବୃଦ୍ଧିରେ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ସହାୟକ ହେବ ବୋଲି ବକ୍ତବ୍ୟ ରେ କହିଥିଲେ l 



ଅନ୍ୟ ଅତିଥି ବୃନ୍ଦ ମଧ୍ୟ ଅନୁରୂପ ଭାବେ ଜିଲ୍ଲା ପାଇଁ ଏହି କାରଖାନା ଅର୍ଥନୈତିକ ଅଭିବୃଦ୍ଧି ସହ କର୍ମ ନିଯୁକ୍ତି ଯୋଗାଇ ଅଂଚଳର ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଥିଲେ l ପ୍ରସ୍ତୁତ ଇଥାନଲ କୁ ଅଟୋମୋବାଇଲ, ଇଥାନଲ ଫ୍ଲେକ୍ସ-ଇନ୍ଧନ କୁ କାରରେ ହାଇଡ୍ରୋସ ଇଥାନଲ ଭାବରେ ବ୍ୟବହାର କରାଯାଇପାରିବ କିମ୍ବା ପେଟ୍ରୋଲ ସହିତ ମିଶ୍ରିତ (ଆନ୍ହାଇଡ୍ରସ ଇଥାନଲ ପେଟ୍ରୋଲ ସହିତ ମିଶ୍ରିତ) ଇନ୍ଧନ ଇଥାନଲକୁ “ଗ୍ୟାସହୋଲ” ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ | ଯାହା ସୁଲଭ ଦରରେ ବଜାର ରେ ଜନସାଧାରଣଙ୍କୁ ଉପଲବ୍ଧ ହୋଇପାରିବ l ଇଥାନେଲ ଗ୍ୟାସ ପ୍ରସ୍ତୁତ ନିମନ୍ତେ କଞ୍ଚାମାଲ ଭାବରେ ଶସ୍ୟ ର ବର୍ଜ୍ୟ ସାମଗ୍ରୀ  ଯାହା ମାଗଣା ଫର୍ମରେ ଶର୍କରା ଧାରଣ କରିଥାଏ ସେହି ସାମଗ୍ରୀ  ଇଥାନଲ ପ୍ରସ୍ତୁତିପାଇଁ ବ୍ୟବହୃତ ହୁଏ l ବ୍ୟକଳ୍ପିକ ଭାବରେ, ଏହା ଷ୍ଟାର୍ଚ୍ ଉତ୍ପାଦିତ ଶସ୍ୟର ଫେଣ୍ଟେସନରୁ ମଧ୍ୟ ପ୍ରସ୍ତୁତ କରାଯାଇପାରେ | ଇଥାନଲ ବାଓ ଗ୍ୟାସ  ପ୍ରତିଷ୍ଠାର ଲକ୍ଷ୍ୟ ହେଉଛି ଅଶୋଧିତ ତୈଳ ଏବଂ ଅଶୋଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ କରିବା, ବାୟୁମଣ୍ଡଳ ରେ କାର୍ବନ ଡାଇଅକସାଇଡ ନିର୍ଗମନକୁ ହ୍ରାସ କରିବା ସହିତ, ଫିଡଷ୍ଟର ର ଏକାଧିକ ଉତ୍ସ ସୃଷ୍ଟି କରି ଗ୍ରାମାଞ୍ଚଳରେ ଭିତ୍ତିଭୂମି ବିନିଯୋଗ ସହ ଗ୍ରାମାଞ୍ଚଳର ନିଯୁକ୍ତି ବୃଦ୍ଧି ଏବଂ ଜିଲ୍ଲାର କୃଷକମାନଙ୍କୁ ଅତିରିକ୍ତ ଆୟ ଯୋଗାଇବା | ପୁନଶ୍ଚ ଏହା ଫସଲ ଜଳିବା ଏବଂ କୃଷି ଅବଶିଷ୍ଟାଂଶ ଏବଂ ବର୍ଜ୍ୟବସ୍ତୁକୁ ଜୈବ ଇନ୍ଧନରେ ପରିଣତ କରି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ମଧ୍ୟ ହ୍ରାସ କରିବାରେ ବହୁ ଗୁଣରେ ସହାୟକ ହେବ ବୋଲି କମ୍ପାନୀ ପରିଚାଳନା ନିର୍ଦେଶକ ଶ୍ରୀ କନୋଡିଆ ସୂଚନା ଦେଇଛନ୍ତି |




ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS