BREAKING
Loading...
:

ଗୁମି ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


 ଗୁମି ପଞ୍ଚାୟତ ରେ ମାଗଣା ଚକ୍ଷୁ ଚିକିତ୍ସl ଶିବିର ଅନୁଷ୍ଠିତ 


ନୂଆଗାଁ(ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଗୁମି ପଞ୍ଚାୟତ କାର୍ଯ୍ୟାଳୟରେ ଭୂମିକା ଚିକିତ୍ସାଳୟ ତରଫରୁ  ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ସକାଳ ସମୟ ୯ ଘଟିକା  ସମୟ ରୁ ଆରମ୍ଭ ହୋଇଥିଲା ଚକ୍ଷୁ ଚିକିତ୍ସl l ଗୁମି ଏବଂ କାପ୍ତାପଲ୍ଲୀ ପଞ୍ଚାୟତ ର ଅନେକ  ରୋଗୀ ଆସି ମାଗଣାରେ ମୋତିଆବିନ୍ଧୁ ପରୀକ୍ଷl କରିଥିଲେ। ଯେଉଁ ମାନଙ୍କର ମୋତିଆବିନ୍ଦୁ  ବାହାରିଲା ସେମାନଙ୍କୁ ମାଗଣାରେ ଗାଡି କରି ଭୂମିକା ଚିକିତ୍ସlଳୟ  ତରଫରୁ ନୟାଗଡ ଭୂମିକା ଚିକିତ୍ସାଳୟ କୁ ଅପରେସନ ପାଇଁ  ନିଆଯାଇଥିଲା ।

ଡ଼. ବର୍ଷା  ରୋଗୀ ମାନଙ୍କୁ ଚକ୍ଷୁ  ପରୀକ୍ଷl କରିଥିଲେ l ମୁଖ୍ୟ ଅତିଥି ଭାବେ ଗୁମି ଗ୍ରାମପଞ୍ଚାୟତ ର ସରପଞ୍ଚ ବବୁରୁ ମହାରଣା ଏବଂ ସମିତିସଭ୍ୟ ତଥା ନୂଆଗାଁ ବ୍ଲକ ଯୁବ ବି ଜେ ଡି ଉପସଭାପତି ସଞ୍ଜୀବ କୁମାର ଡାକୁଆ ଉପସ୍ଥିତ ରହି ଏହି ଚକ୍ଷୁ ଶିବିରର  ଶୁଭାରମ୍ଭ କରିବାସହ ଶେଷ ପର୍ଯ୍ୟନ୍ତ  ରହି ରୋଗୀ ମାନଙ୍କ  ଭଲମନ୍ଦ ବୁଝୁଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS