ସାପ କାମୁଡ଼ାରେ ନାବାଳକ ମୃତ
ଗଣିଆ ୨୩/୦୫(ମଣିଭଦ୍ରା ଖବର) ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ସପଡା ଗ୍ରାମରେ ଶୋଇଥିବା ଅବସ୍ଥାରେ ଜଣେ ନାବାଳକକୁ ସାପ କାମୁଡି ଥିଲା । ଅଧ ରାତିରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଦଶପଲ୍ଲା ମେଡ଼ିକାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାବାଳକ ଜଣକ ଭରଦ୍ୱାଜ ଦଳବେହେରା (ଭବାନୀ)ବୋଲି ଜଣାପଡିଛି । ଦଶପଲ୍ଲା ମେଡିକାଲରେ ଗଣିଆ ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶବଟି ଗ୍ରାମରେ ପହଞ୍ଚିବା ପରେ ତାକୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା । ନାବାଳକ ଟିର ବାପା ମୃତ୍ୟୁ ବରଣ କରିଥିବା ବେଳେ ମା ବାପ ଘରକୁ ଯାଇଥିଲେ । ଘରକୁ ଫେରି ପୁଅର ମଲା ମୁହଁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ ମା । ସେ ଅତ୍ୟନ୍ତ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق