ସାଂସଦଙ୍କ ପାଣ୍ଠିରୁ ଜନତାଙ୍କ ଉଦ୍ଦେଶ୍ୟରେ ଆମ୍ବୁଲାନ୍ସ ସେବା
ଦଶପଲ୍ଲା (ମଣିଭଦ୍ରା ଖବର) ମାନ୍ୟବର ସାଂସଦ ଡ. ଅଚ୍ୟୁତ ସାମନ୍ତ ସଂସଦୀୟ କ୍ଷେତ୍ର ଗସ୍ତ ଅବସରରେ ଦଶପଲ୍ଲାଠାରେ "ସାଂସଦ ଉନ୍ନୟନ ପାଣ୍ଠି"ରୁ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ "ଆମ୍ବୁଲାନ୍ସ ସେବା" ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ମାନ୍ୟବର ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ସମେତ ସ୍ଥାନୀୟ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି, ବୁଦ୍ଧିଜୀବି ତଥା ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ମାନ୍ୟବର ସାଂସଦ ଦଶପଲ୍ଲା ଅଞ୍ଚଳର ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ ନିଜ ଉଦ୍ୟମରେ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇଥିବାରୁ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ ମାନ୍ୟବର ସାଂସଦଙ୍କୁ ସାଧୁବାଦ ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ମାନ୍ୟବର ସାଂସଦ ଦୃଢ଼ ଆଶାବ୍ୟକ୍ତ କରିଛନ୍ତି ଯେ, ସାଧାରଣ ଜନତାଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଆମ୍ବୁଲାନ୍ସ ସେବା ଦଶପଲ୍ଲା ତଥା ଆଖପାଖ ଅଞ୍ଚଳର ଜନସାଧରଣଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ଦିଗରେ ଉପାଦେୟ ସାବ୍ୟସ୍ତ ହେବ।
BY DEBI PRASAD DASH
Post a Comment