ବାଲ୍ୟ ବିବାହ ବନ୍ଦ ପାଇଁ ବ୍ଳକ ପ୍ରଶାସନ ତରଫରୁ ଶପଥ ପାଠ
ଗଣିଆ ୧୦/୦୫(ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ସଭା ଗୃହରେ ବ୍ଳକ ପ୍ରଶାସନ ତରଫରୁ ବାଲ୍ୟ ବିବାହ ବନ୍ଦ ପାଇଁ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ରେ ବାଲ୍ୟ ବିବାହ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ମଙ୍ଗଳବାର ଜିଲ୍ଲାର ପ୍ରତ୍ୟେକ ବ୍ଳକରେ ଜନସଚେତନତା କରିବା ପାଇଁ ଏହି ଶପଥ ପାଠର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ସରପଞ୍ଚ ଗିରିଧାରୀ ସେଠୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ମହାପାତ୍ର,ସିଡିପିଓ, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା ଉପସ୍ଥିତ ଥିଲେ । ଅଞ୍ଚଳରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା,ବନ୍ଦ ପାଇଁ ପ୍ରୟାସ କରିବାକୁ ଶପଥ କରିଥିଲେ । ତତ୍ ସହିତ ଶିଶୁର ଅଧିକାର କ୍ଷୁର୍ଣ୍ଣ ହେବା ନଜରକୁ ଆସିବେ ତୁରନ୍ତ ଚାଇଲ୍ଡ ଲାଇନ, ଶିଶୁ ମଙ୍ଗଳ ସମିତି, ଶିଶୁ ସୁରକ୍ଷା ୟୁନିଟ, କିଶୋର ନ୍ୟାୟ ପରିଷଦ ଅବଗତ କରାଇବାକୁ ସେମାନେ ଏକତ୍ର ଭାବେ ଶପଥ ନେଇଥିଲେ ।
ଦେବୀ ପ୍ରସାଦ ଦାଶ ଗଣିଆ ନୟାଗଡ
إرسال تعليق