BREAKING
Loading...
:

ପଣସ ବୋଝେଇ ଟାଟା ଏସି ସହ ଶାଗୁଆନ ପଟ୍ଟା ଜବତ କଲା ବନ ବିଭାଗ

 


ପଣସ ବୋଝେଇ ଟାଟା ଏସି ସହ  ଶାଗୁଆନ ପଟ୍ଟା ଜବତ କଲା ବନ ବିଭାଗ

ନୂଆଗାଁ(ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଖାଲ ମଡା ଗ୍ରାମ ନିକଟରୁ ଗୋଟିଏ ପଣସ ଭର୍ତି ଟାଟା ଏସି ରୁ ୧୨ ଟା ଶାଗୁଆନ ପଟ୍ଟା ସହ ଗାଡି ଜବତ କରିଛି ବନ ବିଭାଗ।ସୂଚନା ଅନୁଯାୟୀ ବନ ପାଳ ରାକେଶ କୁମାର ସାହୁ, ବନରକ୍ଷୀ ଶ୍ରଦ୍ଧାଞ୍ଜଳି ସାହୁ,ବିନାୟକ ଜେନା ସ୍କ୍ୱାର୍ଡ ସଦସ୍ୟ ମାନଙ୍କୁ ନେଇ  ପ୍ରମୁଖ ଖାଲମଡା ଗ୍ରାମ ନିକଟରେ  ପେଟ୍ରୋଲିଂ କରୁଥିବା ସମୟରେ ଚଢ଼ାଉ କରି  ଗୋଟିଏ ପଣସ ଭର୍ତି ଟାଟା ଏସି ( ଓଡ଼ି - ୨୫- ୦୦୯୪)ରୁ ୧୨ ଟା ଶାଗୁଆନ ପଟ୍ଟା ସହ ଗାଡି ଜବତ କରିଥିଲେ ।ଏ ନେଇ କେସ ନଂ  ୦୯/୨୨ ରେ ଏକ ମାମଲା ରୁଜୁ କରାଯାଇଥିବା ବନପାଳ ସୂଚନା ଦେଇଛନ୍ତି। ତେବେ ବନ ବିଭାଗ ଦ୍ଵାରା ଏଭଳି ଚଢ଼ାଉ ଜାରୀ ରହିଲେ ଜଙ୍ଗଲ ସୁରକ୍ଷିତ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS