BREAKING
Loading...
:

ପୁରୁଣା ଘର ହେଲା କାଳ ଛାତରୁ ଫଲସ ଖସି ଦୁଇ ଆହତ



ପୁରୁଣା ଘର ହେଲା କାଳ,ଛାତରୁ ଫଲସ ଖସି ଦୁଇ ଆହତ 

ଟାଙ୍ଗି( ମଣିଭଦ୍ରା ଖବର) ଛାତ ର ଫଲ୍ସ ଖସି ପଡିବାରୁ ମା'-ପୁଅ ଆହତ । ଆହତ ଦୁହିଁଙ୍କୁ ଟାଙ୍ଗୀ ମେଡିକାଲ ରେ ଚିକିତ୍ସା କରାଯାଉଥିବା ବେଳେ ମାଙ୍କର ଅଧିକ ଗୁରୁତ୍ୱର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ନାମ ହେଉଛି ମା'  ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ  ଦୁହେଁ ନିଜ ଘରେ ଚଳପ୍ରଚଳ କରୁଥିବା ବେଳେ ହଠାତ୍ ତାଙ୍କର ନିଜ ଘରର ପୁରୁଣା ଛାତ ର ଫଲ୍ସ ହଠାତ୍ ଖସି ପଡିଲା । ମା' ଙ୍କର ହାତରେ ଗଭୀର ଆଘାତ ହୋଇଥିବା ବେଳେ ପୁଅ ର ଗୋଡ ରେ ସାମାନ୍ୟ ଆଘାତ ହୋଇଛି । ଆହତ ଙ୍କର ଘର ଟାଙ୍ଗୀ ଥାନା ଝାନ୍ସିପାଟଣା ଗ୍ରାମର ବୋଲି ଜଣାପଡିଛି । ନିଜ ଘରେ ସାତ ଜଣ ଥିବା ବେଳେ ଦୁଇ ଜଣଙ୍କ ଉପରେ ଆଘାତ ହୋଇଥିଲା ।


ଖୋର୍ଦ୍ଧା ଟାଙ୍ଗିରୁ ସଂଗ୍ରାମ ରଣାଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS