ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଶୁଭାରମ୍ଭ ହେବ କାଳିଆମ୍ବା ପ୍ରକଳ୍ପ,ଦୂର ହେବ ଚାଷୀ ମାନଙ୍କ ସମସ୍ୟା
ନୂଆଗାଁ ( ମଣିଭଦ୍ରା ଖବର) ନୟାଗଡ ବନଖଣ୍ଡ ଅଧୀନରେ ଥିବା ବାହାଡ ଝୋଲା ନିକଟସ୍ଥ କାଳିଆମ୍ବା ଠାରେ କିଛି ହେକ୍ଟର ଜମି ରେ ମାଇନର ଇରିଗେସନ୍ ପ୍ରକଳ୍ପ ମାଧ୍ୟମରେ ଏକ ଡ୍ୟାମ୍ ଦୁଇ ଦଶନ୍ଧି ପୂର୍ବରୁ ହେବାକୁ ଥିବାବେଳେ ସେହି ଜମି ଗୁଡ଼ିକ ଜଙ୍ଗଲ ଜମି ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇ ରହିଥିଲା।ଯାହା ଫଳରେ କୃଷକ ମାନଙ୍କ ଚାଷ ଜମି ଜଳ ସେଚିତ ହେବାରୁ ବଞ୍ଚିତ ହୋଇଥିଲା। କୃଷକ ମାନଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେଠାରେ କିପରି ପ୍ରକଳ୍ପ ହେବ ସେଥିପ୍ରତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଚେଷ୍ଟା ଜାରୀ ରଖିଥିଲେ।ଯାହା ଫଳରେ ଦୀର୍ଘ ଦୁଇ ଦଶନ୍ଧି ଧରି ପଡି ରହିଥିବା ପ୍ରକଳ୍ପ ର କାର୍ଯ୍ୟ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଆରମ୍ଭ ହେବ ।ଏନେଇ ସରକାରଙ୍କ ତରଫରୁ ୧୩.୭୮ ହେକ୍ଟର ଜଙ୍ଗଲ ଜମି ଡ଼ାଇଭର୍ସନ୍ ହୋଇ ମାଇନର ଇରିଗେସନ୍ ପ୍ରକଳ୍ପ ହେବା ପାଇଁ ଅନୁମତି ମିଳିଛି।ଏନେଇ ଭାରତ ସରକାର ଙ୍କ ତରଫରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ଅତିରିକ୍ତ ମୁଖ୍ୟ ସଚିବ ଙ୍କୁ ଚିଠି ମାଧ୍ୟମରେ ଜଣାଯାଇଛି।ଏହି ପ୍ରକଳ୍ପ ହେବା ଦ୍ଵାରା କୃଷକ ମାନଙ୍କ ଶହ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ ବୋଲି ଜଣା ପଡିଛି।ତେବେ କୃଷିର ଉନ୍ନତି ପାଇଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଅନୁମତି ମିଥିବାରୁ ନୂଆଗାଁ ବ୍ଲକ୍ ର ଜନସାଧାରଣ ବିଧାୟକ ଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment