BREAKING
Loading...
:

ପରିଚାଳନା କମିଟିର ସଦସ୍ୟଙ୍କ ମୃତ୍ୟୁରେ କଲେଜ ବନ୍ଦ ଏବଂ ଶୋକସଭା ପାଳିତ

 


ପରିଚାଳନା କମିଟିର ସଦସ୍ୟଙ୍କ ମୃତ୍ୟୁରେ କଲେଜ ବନ୍ଦ ଏବଂ ଶୋକସଭା ପାଳିତ


ଗଣିଆ୨୧/୦୫(ମଣିଭଦ୍ରା ଖବର) ଗଣିଆ ବ୍ଲକର ଆଡକଟା ଠାରେ ଥିବା ବନମାଳୀ ବାରିକି କନିଷ୍ଠ ମହାବିଦ୍ୟାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟରେ ପରିଚାଳନା କମିଟିର ସଦସ୍ୟ ଭାବରେ ଦାୟିତ୍ଵ ନିର୍ବାହ କରୁଥିବା ମମତା ଦାସଙ୍କର ଅକାଳ ମୃତ୍ୟୁରେ ଶନିବାର ଉଭୟ ମହାବିଦ୍ୟାଳୟର ଶିକ୍ଷାଦାନ ବନ୍ଦ କରାଯାଇ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ସଭାରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ କାର୍ଯ୍ୟକୁ ବାତିଲ କରି ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମୃତକଙ୍କ ବାସଭବନରେ ଉପସ୍ଥିତ ରହି ପରିବାରକୁ ସାନ୍ତ୍ଵନା ଦେଇଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS