ସମିତି ବୈଠକରେ ସାଂସଦଙ୍କ ପ୍ରତିନିଧି ଭାବେ ଯୋଗ ଦେବେ ପୂର୍ବତନ ବ୍ଳକ ଅଧ୍ୟକ୍ଷ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ୧୩/୦୫/୨୨ ରିଖ ଶୁକ୍ରବାର ଦିନ ପଞ୍ଚାୟତ ସମିତିର ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ ହେବ । ଏଥିପାଇଁ ବ୍ଳକ ପ୍ରଶାସନ ତରଫରୁ ସମସ୍ତ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି । ତେବେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତଙ୍କ ପ୍ରତିନିଧି ଭାବେ ଗଣିଆ ବ୍ଲକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ଆସନ୍ତାକାଲି ବୈଠକରେ ଯୋଗ ଦେବେ । ଏଥିପାଇଁ ସାଂସଦ ଶ୍ରୀସାମନ୍ତ ଗଣିଆ ବିଡ଼ିଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଇଛନ୍ତି । ସାଂସଦଙ୍କ ପ୍ରତିନିଧି ଭାବେ ଶ୍ରୀ ସ୍ବାଇଁ ଆସନ୍ତାକାଲି ବୈଠକରେ ଯୋଗ ଦେବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ଉକ୍ତ ଘଟଣା ଜଣାପଡ଼ିବା ପରେ ଶ୍ରୀ ସ୍ବାଇଁ ଙ୍କ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଏହା ପ୍ରଥମ ବୈଠକ ହୋଇଥିବାରୁ ଅନେକ ଗୁରୁତ୍ବ ବହନ କରୁଛି । ସେଥିପାଇଁ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନୂତନ ଭାବେ ଲୋକପ୍ରତିନିଧି ହୋଇଥିବା ନେତାଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେବେ କିଛି ସରପଞ୍ଚ ଏବଂ ସମିତି ସଭ୍ୟ ଆସନ୍ତାକାଲିର ବୈଠକକୁ ଆସିବେ ନାହିଁ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି । ଯଦି ଉକ୍ତ ଘଟଣା ସତ ହୋଇଥାଏ ତେବେ ପ୍ରଥମ ସମିତି ବୈଠକ ବେଶ୍ ଘଟଣାବହୁଳ ହେବ ଏଥିରେ ସନ୍ଦେହ ନାହିଁ । ତେବେ ପ୍ରକୃତ ଘଟଣା ବୈଠକ ହେଲେ ଜଣାପଡିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
إرسال تعليق