BREAKING
Loading...
:

ନୂଆଗାଁ ଆଞ୍ଚଳିକ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟାଳୟ ଉଦଘାଟିତ

 


ନୟାଗଡ଼ (ମଣିଭଦ୍ରା ଖବର): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଆଞ୍ଚଳିକ ସାମ୍ବାଦିକ ସଂଘ ର ନୂତନ ଅଫିସ ଗୃହ ଉଦଘାଟିତ ହୋଇଯାଇଛି l ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଶିବଦତ୍ତ ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଯୋଗଦେଇ ସାମ୍ବାଦିକ ମାନଙ୍କ ଭୂମିକା ବର୍ଣ୍ଣନା କରିବା ସହିତ ଅଞ୍ଚଳର ଉନ୍ନତି ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ୯୦ ପ୍ରତିଶତ ରୁ ଉର୍ଦ୍ଧ୍ବ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲେ ମଧ୍ୟ ସେହି କାର୍ଯ୍ୟକୁ ବିଭିନ୍ନ ଢ଼ଙ୍ଗରେ ଅସଫଳ ଭାବେ ପରିପ୍ରକାଶ କରିବା ଠିକ୍ ନୁହେଁ ବୋଲି କହିଥିଲେ । ତତ୍ ସହିତ ଏହା ଏକ ଅସ୍ଥାୟୀ କାର୍ଯ୍ୟାଳୟ ହୋଇଥିବାରୁ ଆଗାମୀ ଦିନରେ ଏକ ସ୍ଥାୟୀ ସାମ୍ବାଦିକ ଗୃହ ନିର୍ମାଣ ପାଇଁ ପାଣ୍ଠି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ଏକତା କୁ ପ୍ରଶଂସା କରିଥିଲେ ଦଶପଲ୍ଲା ବିଧାୟକ । ସମ୍ମାନୀତ ଅତିଥି ଭାବେ ନୟାଗଡ ମୁନିସିପାଲିଟି ଅଧ୍ୟକ୍ଷା ନିରୁପମା ଖଟେଇ, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ, ନୟାଗଡ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇ , ଧରିତ୍ରୀ ଜିଲ୍ଲା ସାମ୍ବାଦିକ ଲୋକନାଥ ମିଶ୍ର, କନକ ନ୍ୟୁଜ ଜିଲ୍ଲା ସାମ୍ବାଦିକ ପ୍ରଦୀପ୍ତ କୁମାର ରଥ, ନିଉଜ ୭ ର ବରିଷ୍ଠ ସାମ୍ବାଦିକ ବୈଦ୍ୟ ଭୂଷଣ ମହାପାତ୍ର, ନୟାଗଡ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘର ସଭାପତି ଅନୱର୍ ଅଲ୍ଲୀ ଖାଁ ପ୍ରମୁଖ ଯୋଗ ଦେଇଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ସଦସ୍ୟ ପଞ୍ଚାନନ ସାହୁ , ହୃଦୟାନନ୍ଦ ସାସମଲ୍ , ସୁଖେନ୍ଦୁ କୁମାର ଦାସ , ସଞ୍ଜୀବ କୁମାର ଡାକୁଆ, ସୁଶାନ୍ତ କୁମାର ପଢିଆରି, ପ୍ରଫୁଲ୍ଲ କୁମାର ସେଠୀ, ରଶ୍ମି ରଞ୍ଜନ ପରିଡ଼ା, ଚିନ୍ମୟ କୁମାର ପ୍ରଧାନ, ଦୀପକ କୁମାର ସାହୁ, ମନୋଜ କୁମାର ସାହୁ, ପବିତ୍ର କୁମାର୍ ଜାନୀ, ଯଶୋବନ୍ତ ଦାସ, ବିକ୍ରମ କେଶରୀ ନାୟକ, ସୁବ୍ରତ ପରିଡ଼ା, ପୁଷ୍ପଲତା ପ୍ରଧାନ, ଦିଲ୍ଲୀପ କୁମାର ଜାନୀ , ଜିତେନ୍ଦ୍ର କୁମାର ମହାପାତ୍ର, ବର୍ଷା ନାଏକ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । 

Post a Comment

Previous Post Next Post
Header ADS