ରାଜ୍ୟ ସ୍ତରୀୟ ବିଜ୍ଞାନମେଳାକୁ ଅମ୍ରିତା ମନୋନୀତ
ଗଣିଆ ୨୩/୦୪(ନି.ପ୍ର) ନୟାଗଡ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ଏସି ଅଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । । ୮ଟି ବ୍ଳକର ୮୦ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସେଥିମଧ୍ୟରୁ ୫ଟି ପ୍ରକଳ୍ପ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲା । ଗଣିଆ ବ୍ଳକର ଆରସି ସାମନ୍ତରାୟ ମହାବିଦ୍ୟାଳୟର ଅମ୍ରିତା ନାୟକ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି । ତାଙ୍କ ପ୍ରକଳ୍ପଟିକୁ ସେ ବିଚାରକଙ୍କ ପାଖରେ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ । ତାଙ୍କର ଏହି ସଫଳତାରେ ଅଧ୍ୟକ୍ଷ ମଳୟ କୁମାର ପଣ୍ଡାଙ୍କର ପ୍ରମୁଖ ଭୂମିକା ଥିବା ସେ ବର୍ଣ୍ଣନା କରିଛନ୍ତି ।
Post a Comment