BREAKING
Loading...
:

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

 

ବିବାହର ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା, ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ଗଣିଆ ୨୨/୦୪(ନି.ପ୍ର) ଜଣେ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସଂପର୍କ ରଖିବା ପରେ ଏବେ ପ୍ରତାରଣା କରିଛି ଜଣେ ଯୁବକ । ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିବା ପରେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଗଣିଆ ପୋଲିସ । ଘଟଣାରୁ ଜଣାପଡିଛି ଗଣିଆ ବ୍ଲକ ରାଉତପଡା ଗ୍ରାମର ଅକ୍ଷୟ କୁମାର ବେହେରାଙ୍କର ଜଣେ ମହିଳାଙ୍କ ସହିତ ସମ୍ପର୍କ ଗଢ଼ି ଉଠିବା ପରେ ସେ ତାଙ୍କୁ ନେଇ ଯାଇ ଚେନ୍ନାଇରେ ୬ ମାସ ରହିବା ପରେ ତା ସହିତ ଶାରୀରିକ ସଂପର୍କ ରଖି ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ । ମହିଳା ଜଣକ ବିବାହ କରିବାକୁ କହିବାରୁ ତାକୁ ମାଡ଼ ଗାଳି ଦେଇ ଅଭିଯୁକ୍ତ ଜଣକ ତାଙ୍କୁ ଆଣି ଘରେ ଛାଡ଼ିଦେଇ ଥିଲେ । ଗ୍ରାମରେ ଉଭୟ ପରିବାର ବସି ସମସ୍ୟାର ସମାଧାନ ନହେବାରୁ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଗଣିଆ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମହିଳା ଜଣକର ଡାକ୍ତରୀ ମାଇନା କରାଯିବା ସହିତ ବୟାନ ରେକର୍ଡ କରାଯାଇଛି । ତେବେ ଉକ୍ତ ଘଟଣା ଗଣିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । 


BY DEBI PRASAD DASH

Post a Comment

أحدث أقدم
Header ADS