BREAKING
Loading...
:

ଦଶପଲ୍ଲାଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ


 ଦଶପଲ୍ଲାଏନ୍ଏସି ଉପାଧ୍ୟକ୍ଷ ନିର୍ବାଚନ 

-‐--------------------------------------------

ଦଶପଲ୍ଲା,୭।୪

ଦଶପଲ୍ଲା ଏନ୍ଏସି ର ୧୬ଗୋଟି ୱାର୍ଡ ମଧ୍ୟରୁ ୮ଗୋଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ କାଉନସିଲର ଭାବେ ଜିତିଥିବା ବେଳେ ୭ଜଣ ବିଜେଡି ଦଳରୁଏବଂ ଜଣେ ବିଜେପି ଦଳରୁ ନିର୍ବାଚନ ଜିତିଥିଲେ।ଅଧ୍ୟକ୍ଷା ପଦବୀ ସିଧା ସଳଖ ସ୍ବାଧୀନ ହାତକୁ ଚାଲିଯାଇଥିଲା ।ଆଜି ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ   ବିଜେଡି ପ୍ରାର୍ଥୀ ଦେଇନଥିଲା। ପରେ ୧୪ନଂ ୱାର୍ଡର ସ୍ବାଧୀନ କାଉନସିଲର କିଶୋରକୁମାର ଦାଶ ଏବଂ ୧ନଂ ୱାର୍ଡର  ସ୍ବାଧୀନ ସଭ୍ୟ ସୁଶାନ୍ତ କୁମାର ସିଠ ଏନ୍ଏସି ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ଅନୁସାରେ ଭୋଟ କରାଯିବାରେ ଦେଖାଗଲା କିଶୋରଙ୍କୁ ସମସ୍ତ ବିଜେଡିର ୭ଗୋଟି ଭୋଟ୍ ସହ ୨ଜଣ ସ୍ବାଧୀନ କାଉନସିଲର ଭୋଟ୍ ଦେଇଥିବାରୁ ତାଙ୍କ ସପକ୍ଷରେ ୯ଗୋଟି ଭୋଟ୍ ଏବଂ ସୁଶାନ୍ତଙ୍କ ସପକ୍ଷରେ ଅବଶିଷ୍ଟ ୭ଗୋଟି ସ୍ବାଧୀନ     ସଭ୍ୟଙ୍କ ଭୋଟ୍ ପଡିଥିଲା । ଫଳରେ କିଶୋର ଦାଶଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ବିଧାୟକ ରମେଶଚନ୍ଦ୍ର ବେହେରା ଏବଂ ପୋଖତ ଖେଳାଳି ସ୍ବର୍ଗତ ରୁଦ୍ରବାବୁଙ୍କର ରାଜନୈତିକ ଛାତ୍ରଙ୍କ ଖେଳରେ ନବାଗତା ସ୍ବାଧୀନ ଅଧ୍ୟକ୍ଷା ଏବଂ ତାଙ୍କ ଗୋଟି ଚାଳକ ମାନଙ୍କ ଗଣିତ ଭୂଲ ହେଇଗଲା। ଫଳରେ ୮ଜଣ ଥାଇବି ବାଜି ହାରିଲେ ପ୍ରାର୍ଥୀ ଏବଂ ଉପାଧ୍ୟକ୍ଷ ପଦବୀ ଚାଲିଗଲା ବିଜେଡି କବଜାକୁ।

By Debi prasad Dash

Post a Comment

أحدث أقدم
Header ADS