BREAKING
Loading...
:

'ସମାଜ' ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ବନ୍ଧୁମିଳନ

 




ସେବା ଓ ତ୍ୟାଗର ଭିତ୍ତିଭୂମି ଉପରେ ସମ୍ବାଦପତ୍ର ପ୍ରତିଷ୍ଠିତ


ଆଠଗଡ଼ (ମଣିଭଦ୍ରା ଖବର) ଆଠଗଡ଼ ମାଧପୁର ଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ ପରିସରରେ ସମାଜ ସାମ୍ବାଦିକ ସଂଘର ରାଜ୍ୟ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ବନ୍ଧୁମିଳନରେ ଲୋକସେବକ ମଣ୍ଡଳର ଓଡ଼ିଶା ଶାଖାର ଅଧ୍ୟକ୍ଷ ନିରଞ୍ଜନ ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଂଘର ସଭାପତି ମହେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଅନ୍ୟମାନଙ୍କ ମଧ୍ୟରେ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର,ସମ୍ପାଦକ ଦେବୀ ମିଶ୍ର, ପ୍ରଭାକର ଶିରୋମଣି, ରମାକାନ୍ତ ଜେନା, ପ୍ରଦ୍ୟୁମ୍ନ ରଥ,ପ୍ରଦୋଷ ମିଶ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ଅଂଚଳରେ କାର୍ଯ୍ୟରତ ସମାଜ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଓଡ଼ିଶା ଶାଖାର ଅଧ୍ୟକ୍ଷ ଶ୍ରୀରଥଙ୍କ ନେତୃତ୍ବରେ ସମାଜର କଳେବର ବୃଦ୍ଧି ହେବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଥିଲେ । ସମାଜ ପ୍ରତିନିଧି ସଂଘ ତରଫରୁ ଶ୍ରୀରଥଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । 


By Debi prasad Dash


Post a Comment

أحدث أقدم
Header ADS