ଭୂବନେଶ୍ବର(ମଣିଭଦ୍ରା ଖବର) ଆଲବମରେ ହିରୋଇନ୍ କରିବାକୁ ଡ଼ାକିନେଇ ନାବାଳିକାକୁ ରାତିତମାମ ଗଣଦୁଷ୍କର୍ମ ଅଭିଯୋଗ ।
ନାବାଳିକାଙ୍କ ଅଭିଯୋଗ ମୁତାବକ, ସେ ଆଲବମରେ ପାର୍ଶ୍ବ ଅଭିନେତ୍ରୀ ଭାବରେ କାମ କରନ୍ତି । ଜଣେ ବ୍ୟକ୍ତି ତାଙ୍କୁ ଲିଡ କ୍ୟାରେକ୍ଟରର ଲୋଭ ଦେଖାଇ ଭୁବନେଶ୍ୱରକୁ ଡାକିଥିଲେ । ଏକ ଅପହରଣର ସିନ୍ ସୁଟିଂ ହେବ କହି ଭରତପୁର ଅଞ୍ଚଳକୁ ଡାକିଥିଲେ ।
ଆଉ ରୁମରେ ପହଞ୍ଚିବାପରେ ନାବାଳିକାଙ୍କ ହାତଗୋଡ ବାନ୍ଧି ରାତି ତମାମ ତାଙ୍କ ସହିତ ଶୋଷଣ କରାଯାଇଥିଲା । ଏପରିକି ଦୁଷ୍କର୍ମ ବେଳର ଭିଡିଓ ମଧ୍ୟ କ୍ୟାମେରାରେ କଏଦ୍ କରାଯାଇଥିଲା ଅଭିଯୋଗ କରିଛନ୍ତି ପୀଡ଼ିତା ।
ଏନେଇ ନାବାଳିକା ଜଣକ ପ୍ରଥମେ ମହିଳା ଥାନା ଓ ପରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ଘଟଣାସ୍ଥଳକୁ ଯାଇ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି ।
Post a Comment