BREAKING
Loading...
:

ସାନଭାଇକୁ ହତ୍ୟା କଲା ବଡ଼ଭାଇ

 


ବଲାଙ୍ଗୀର: ଭାଇ ହେଲା ଭଗାରି। ରକ୍ତ ସଂପର୍କର ସାନଭାଇକୁ ହତ୍ୟା କଲା ବଡ଼ଭାଇ। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ସହର ଚମାରପଡାରେ।ସୂଚନା ଅନୁଯାୟୀ, ଯୋଶେଫ ରୋହିଦାସ ଗତକାଲି ମଦପିଇ ବଡ଼ଭାଇ ରାଜୀନଙ୍କୁ ଗାଲିଗୁଲଜ କରୁଥିଲେ। ହଠାତ ବଡଭାଇ ରାଜୀନ ରାଗିଯାଇ ସାନଭାଇ ଯୋଶେଫଙ୍କ ତଣ୍ଟିଚିପି ଦେଇଥିଲେ। ଘଟଣାସ୍ଥଳରେ ଯୋଶେଫଙ୍କର ମୃତ୍ୟୁ ହୋଇଥିବା ବେଳେ, ପରିବାର ଲୋକେ ଵଞ୍ଚିଥିବ ଭାବି ହସପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଶବକୁ ଘରକୁ ଆଣିଥିଲେ। ଏବେ ବି ଶବ ଘର ଭିତରେ ପଡ଼ିରହିଛି। ପୁଲିସ ଆସି ତଦନ୍ତ ଆରମ୍ଭ କରିଛିl ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Post a Comment

Previous Post Next Post
Header ADS