ଭାଗଲପୁର: ଗୁରୁବାର ରାତିରେ ବିହାରର ଭାଗଲପୁର ଜିଲ୍ଲାରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଗୋଟାଏ ୩ ତାଲା କୋଠା ଧରାଶାୟୀ ହେବାରୁ ଅନ୍ୟୁନ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୮ଜଣ ଆହତ ହୋଇଛନ୍ତି।ପୁଲିସ ଓ ଜରୁରୀକାଳୀନ ସେବା ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ ଅଭିଯାନ ଆରମ୍ଭ କରିଥିଲେ। ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୂପ ତଳେ ୧୦ରୁ ୧୫ଜଣ ବ୍ୟକ୍ତି ରହିଯାଇଥିବା ଆଶଙ୍କା କରାଯାଉଛି।ଆହତମାନଙ୍କୁ ମାୟାଗଞ୍ଜସ୍ଥିତ ଜେଏଲ୍ଏନ୍ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଆହତମାନେ ପହଞ୍ଚିବା କ୍ଷଣି ୪ଜଣ ମୃତ ବୋଲି ଡାକ୍ତରମାନେ ଘୋଷଣା କରିଥିଲେ।
إرسال تعليق