BREAKING
Loading...
:

ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର

 ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର


ଗଣିଆ : (ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସିରିୟାଲ ଶୁଭ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ହୋତା, ଲୋକପାଳ ଗିରିଶ ଚନ୍ଦ୍ର ଦାଶ, ଅତିରିକ୍ତ ବିଡ଼ିଓ ଅନ୍ତର୍ଯ୍ୟାମୀ ଦାଶ, ଜିଲ୍ଲା ସାମାଜିକ ସମୀକ୍ଷକ ବିଜୟ ବାବୁ, ଗଣିଆ ବ୍ଳକ ଏପିଓ ପ୍ରମୁଖ ମଞ୍ଚାସୀନ ଥିଲେ ।  ସରକାରଙ୍କର ଏହି ଯୋଜନା କିଭଳି ଲୋକାଭିମୁଖୀ ହୋଇପାରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ବିଡ଼ିଓ ଜଣାଇଥିଲେ । ଏହି ଶିବିରର ଲକ୍ଷ୍ୟ ସ୍ବଛତା ବୋଲି ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜଣାଇବା ସହିତ ହିତାଧିକାରୀଙ୍କର ଉପଯୁକ୍ତ ସହଭାଗିତା ରହିଲେ କାର୍ଯ୍ୟ ସଫଳ ହେବ ବୋଲି ସେ ପ୍ରକାଶ କରିଥିଲେ । ୩୧୩ ଜଣ ୧୦୦ ଦିନର କାର୍ଯ୍ୟ ସଂପୂର୍ଣ୍ଣ କରିଥିବା ଏପିଓ ଜଣାଇଥିଲେ । ବ୍ଳକରେ ଏଯାବତ୍ ୭୪୯୨ଟି ଜବକାର୍ଡ ପ୍ରଦାନ କରାଯାଇଥିବା ବେଳେ ୨୪୪୭ ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ସେଥିମଧ୍ୟରୁ ୨୩୪୪ଟି ପ୍ରକଳ୍ପ ସଂପୂର୍ଣ୍ଣ ହୋଇଥିବା ଜଣାପଡିଛି ।



Debi prasad Dash

Post a Comment

أحدث أقدم
Header ADS