*ଖବର ଆଜିର*
ତାରିଖ ୧୭/୦୩/୨୨, ଗୁରୁବାର
୧-ପୌର ନିର୍ବାଚନ: କଂପୁଛି ସହରର ଗଳିକନ୍ଦି ! ବିଜେଡି ଭାରି ଉତ୍ସାହିତ, ମୋଦି ମ୍ୟାଜିକ୍ ଭରସାରେ ବିଜେପି।
୨-ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ: ଆଉ ୬ଜଣ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର।ଏପର୍ଯ୍ୟନ୍ତ ବିଦା ହେଲେଣି ୧୫୮ ଜଣ।
୩-ରାଜ୍ୟରେ ୪୦ ଡ଼ିଗ୍ରୀ ଛୁଇଁଲା ୩ସହରର ଦିନ ତାପମାତ୍ରା, ୧୮ ତାରିଖ ଯାଏଁ ନାହିଁ ନିସ୍ତାର।
୪-ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ୨୧ରୁ ହୋଇପାରେ ସକାଳୁଆ ସ୍କୁଲ।
୫-ପ୍ରଦର୍ଶନୀ ପଡ଼ିଆରେ ପାଳିତ ହେବ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ।
୬-ଓଡ଼ିଶାକୁ ନାହିଁ ବାତ୍ୟା ‘ଅସାନୀ’ର ବିପଦ : ଆଇଏମଡି ଡିଜି।
୭-ପୁରୀରେ ଫୁଟିଲା ଗୁଳି: ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା।
୮-ଭିଜିଲାନ୍ସ ଜାଲରେ କଟକ ଡ୍ରେନେଜ୍ ବିଭାଗ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍
୯-ଭୁବନେଶ୍ୱର:ରୂପଶ୍ରୀଙ୍କ ପାଇଁ ଆଉ ଅର୍ଥ ବାଧକ ନୁହେଁ, ଡାକ୍ତରୀ ପଢ଼ିବା ପାଇଁ କିସ୍ ଫାଉଣ୍ଡେସନ ଦେଲା ଆର୍ଥିକ ସହାୟତା।
୧୦-ବକ୍ସ ଅଫିସରେ ୫୦ କୋଟି ମାର୍କ ଅତିକ୍ରମ କଲା 'ଦି କାଶ୍ମୀର ଫାଇଲ’, ପଞ୍ଚମ ଦିନରେ କଲା ସର୍ବାଧିକ ରୋଜଗାର।
୧୧-ପଞ୍ଜାବରେ ଆରମ୍ଭ ହେଲା ଆପ୍ ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଭଗୱନ୍ତ ମାନ।
୧୨-ଆଇସିସି ଟେଷ୍ଟ ମାନ୍ୟତା : ଶୀର୍ଷ ୫ରେ ବୁମ୍ରା, ଖସିଲେ କୋହଲି ଓ ଜାଡେଜା।
୧୩-ଜାପାନରେ ଭୟାବହ ଭୂମିକମ୍ପ, ରିକ୍ଟର ସ୍କେଲରେ ତିବ୍ରତା ୭.୧।
୧୪-ୟୁକ୍ରେନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କର, ରୁଷକୁ ICJର ନିର୍ଦ୍ଦେଶ।
୧୫-ୟୁକ୍ରେନକୁ ଆମେରିକାର ୮୦ କୋଟି ଡଲାର ସହାୟତା ଘୋଷଣା ।
By Debi prasad Dash
Post a Comment